ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଅସଦାଚରଣ: ପିଟିପିଟି ବସ୍ତି ବୁଲେଇଲେ

ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

ଭୁବନେଶ୍ବର : ସପ୍ତମ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ କରିବା ଜଣେ ଦୁର୍ବୃତ୍ତ ପାଇଁ ମହଙ୍ଗା ପଡ଼ିଛି। ବସ୍ତିଲୋକ ଦୁର୍ବୃତ୍ତକୁ ବହେ ଛେଚିବା ପରେ ଲଙ୍ଗଳା କରି ବସ୍ତି ସାରା ବୁଲାଇବା ପରେ ପୁଲିସ ଜିମା ଦେଇଛନ୍ତି। ଭରତପୁର ଥାନା ପୁଲିସ ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛି। ସେ ହେଲା, ପଣ୍ଡାକୁଦିଆ ବସ୍ତିର ପ୍ରଫୁଲ୍ଲ ସାହୁ। ଖବର ଅନୁସାରେ, ଆଜି ପଣ୍ଡାକୁଦିଆ ବସ୍ତିର ଉକ୍ତ ଛାତ୍ରୀ ସ୍କୁଲ୍‌ରୁ ଘରକୁ ଫେରୁଥିବା ବେଳେ ପ୍ରଫୁଲ୍ଲ ତାକୁ ବାଟରେ ଅଟକାଇ ଟଣାଓଟରା କରିଥିଲା। ଛାତ୍ରୀଜଣକ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିଥିଲେ। ଲୋକଙ୍କୁ ଦେଖି ପ୍ରଫୁଲ୍ଲ ସେଠାରୁ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲା। କିନ୍ତୁ ଲୋକେ ଗୋଡ଼େଇ ଗୋଡ଼େଇ ତାକୁ କାବୁ କରି ନେଇଥିଲେ ଓ ନିସ୍ତୁକ ମାଡ଼ ମାରିଥିଲେ। ଏମିତିକି ତା’ ଦେହରୁ ପ୍ୟାଣ୍ଟସାର୍ଟ ଖୋଲି ବସ୍ତି ରାସ୍ତାରେ ପ୍ରାୟ ଘଣ୍ଟାଏ କାଳ ବୁଲାଇଥିଲେ। ଖବର ପାଇ ପୁଲିସ ପ୍ରଫୁଲ୍ଲକୁ ଉଦ୍ଧାର କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe