‘ମୋ ବସ୍‌’ରେ ମହିଳାଙ୍କୁ ଅସଦାଚରଣ, କଣ୍ଡକ୍ଟର ଗିରଫ, ସିସିଟିଭି ଫୁଟେଜ ଜବତ

‘ମୋ ବସ୍‌’ରେ ମହିଳାଙ୍କୁ ଅସଦାଚରଣ, କଣ୍ଡକ୍ଟର ଗିରଫ, ସିସିଟିଭି ଫୁଟେଜ ଜବତ

ଭୁବନେଶ୍ବର : ମୋ ବସରେ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦିଆଯାଇଛି। ଏପରିକି ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି। ଯେମିତି ଯାତ୍ରୀ କୌଣସି ଅସୁବିଧା, ଅପରାଧ କିମ୍ବା ଅସଦାଚରଣର ଶିକାର ନ ହୁଅନ୍ତି ତା ଉପରେ ଧ୍ୟାନ ଦିଆଯାଇଛି। କିନ୍ତୁ ମୋ ବସର କଣ୍ଟକ୍ଟର ମହିଳା ଯାତ୍ରୀଙ୍କୁ ଅସଦାଚରଣ କରିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଅସଦାଚରଣ କରିଥିବା କଣ୍ଡକ୍ଟର ସତ୍ୟବ୍ରତ ମହାପାତ୍ରକୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଛି। ଘଟଣା ଘଟିଛି କଳ୍ପନା-ରବି ଟକିଜ୍ ରାସ୍ତାରେ। ଅସଦାଚରଣର ଶିକାର ହୋଇଥିବା ମହିଳା ମୋ ବସର ପୂର୍ବତନ କଣ୍ଡକ୍ଟର ବୋଲି ଜଣାପଡିଛି। ପୁଲିସ ବସର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ସେଥିରୁ ପ୍ରମାଣ ପାଇଛି। ଏହା ପରେ ସିସିଟିଭି ଫୁଟେଜକୁ ପୁଲିସ ଜବତ କରିଛି।

ପୁଲିସ ସୂଚନା ଅନୁସାରେ, ଗତକାଲି ମୋ ବସ୍(ଓଡି୩୩-ଭି-୪୫୬୧) ନନ୍ଦନକାନନରୁ ପିପିଲି ଯାଉଥିଲା। ସେହି ବସରେ ମହିଳା ଜଣଙ୍କ ଯାଉଥିଲେ। ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ବସଟି କଳ୍ପନା-ରବି ଟକିଜ ରାସ୍ତାରେ ଯାଉଥିବା ବେଳେ କଣ୍ଡକ୍ଟର ସତ୍ୟବ୍ରତ ମହିଳାଙ୍କୁ ଅସଦାଚରଣ କରିଥିଲା। ରବି ଟକିଜ ନିକଟରେ ମହିଳା ଜଣଙ୍କ ବସରୁ ଓହ୍ଲାଇ ପଡିଥିଲେ। ଏହା ପରେ ଥାନାକୁ ଆସି ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରି ସତ୍ୟବ୍ରତକୁ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe