Times of India
ଭୁବନେଶ୍ବର : କିଛି ଦିନ ପରେ ପୁଣି ଶୁକ୍ରବାର ଦିନ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହୋଇଥିଲେ। ଦିନ ୧୦ଟାରେ ଇଡି କାର୍ଯ୍ୟାଳୟରେ ହାଜର ହେବା ପରେ ଅଧିକାରୀମାନେ ତାଙ୍କୁ ବିଭିନ୍ନ ଦିଗ ଉପରେ ମାରାଥନ ଜେରା କରିଥିଲେ। ପାଖାପାଖି ୫ଘଣ୍ଟା କାଳ ଜେରା କରିବା ପରେ ଅପରାହ୍ଣ ୩ଟା ସମୟରେ ସେ ବାହାରିଥିଲେ।
ଇଡିରୁ ବାହାରିବା ପ୍ରତିକ୍ରିୟା ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ କୌଣସି ଦୁର୍ନୀତିରେ ତାଙ୍କର ସମ୍ପୃକ୍ତି ନାହିଁ। ଇଡି ଯେଉଁ ସବୁ ତଥ୍ୟ ମାଗିଥିଲା, ତାହା ସେ ଦେଇଛନ୍ତି । ସେ କୌଣସି ଖଣି ଦୁର୍ନୀତି ମାମଲାରେ ନାହାନ୍ତି। ନିଜର ସମସ୍ତ ବ୍ୟାଙ୍କ ଦେଣନେଣ ତଥ୍ୟ ଇଡି ପାଖରେ ଦାଖଲ କରିଛନ୍ତି ବୋଲି ସେ କହିଥିଲେ। ଖଣି ସମ୍ପର୍କିତ ମାମଲାରେ ବ୍ରଜଙ୍କୁ ଇଡି ସପ୍ତାହ ତଳେ ଜେରା କରିଥିଲା। ପ୍ରଥମ ଥର ସେ ନିଜର ପକ୍ଷ ରଖିଥିବା ସହ ସମସ୍ତ କାଗଜପତ୍ର ଦାଲଖ କରିଥିଲେ। ଯଦି ଇଡିକୁ ସମସ୍ତ ତଥ୍ୟ ଓ କାଗଜପତ୍ର ଦେଇଥିଲେ, ପୁଣି କାହିଁକି ତାଙ୍କୁ ଇଡି ଡାକିଲା? ଆଜି ଦ୍ବିତୀୟ ଥର ଜେରା ନେଇ ରାଜନୈତିକ ମହଲାରେ ଚର୍ଚ୍ଚା ଜୋର ଧରିଛି।
Follow Us