ଇନୋଭାକୁ ପିଟିଲା ବିଧାୟକଙ୍କ ସ୍କର୍ପିଓ, ୪ ଆହତ

Advertisment

ଆଜି ବିଳମ୍ବିତ ରାତିରେ ନାଲ୍‌କୋ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିବାରୁ ଦୁଇଟି କାର୍‌ ପଛକୁ ପଛ ପିଟି ହୋଇ ଚୂର୍‌ମାର୍‌ ହୋଇଯାଇଛି। ଏହି ଘଟଣାରେ ୪ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ କାର୍‌ଦୁଇଟି ମଧ୍ୟରେ ବାରିପଦା ବିଧାୟକ...

ଆଜି ବିଳମ୍ବିତ ରାତିରେ ନାଲ୍‌କୋ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିବାରୁ ଦୁଇଟି କାର୍‌ ପଛକୁ ପଛ ପିଟି ହୋଇ ଚୂର୍‌ମାର୍‌ ହୋଇଯାଇଛି। ଏହି ଘଟଣାରେ ୪ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ କାର୍‌ଦୁଇଟି ମଧ୍ୟରେ ବାରିପଦା ବିଧାୟକ...

jdfghreg

ଚନ୍ଦ୍ରଶେଖରପୁର: ଆଜି ବିଳମ୍ବିତ ରାତିରେ ନାଲ୍‌କୋ ଛକରେ ଏକ ସଡ଼କ ଦୁର୍ଘଟଣା ଘଟିବାରୁ ଦୁଇଟି କାର୍‌ ପଛକୁ ପଛ ପିଟି ହୋଇ ଚୂର୍‌ମାର୍‌ ହୋଇଯାଇଛି। ଏହି ଘଟଣାରେ ୪ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ କାର୍‌ଦୁଇଟି ମଧ୍ୟରେ ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ଙ୍କ କାର୍‌ ‌ଥିବା ଜଣାପଡ଼ିଛି। ଖବର ପାଇ ମୈତ୍ରିବିହାର ପୁଲିସ୍‌ ଆହତମାନଙ୍କୁ ଚିକିତ୍ସା ପାଇଁ କଳିଙ୍ଗ ହସ୍‌ପିଟାଲ୍‌ ପଠାଇଥିଲା। 
ସୂଚନା ଅନୁଯାୟୀ, ଜୟଦେବବିହାର ପଟରୁ ବାରିପଦା ବିଧାୟକଙ୍କ ଷ୍ଟିକର୍‌ ଲାଗିଥିବା ଏକ ସ୍କର୍ପିଓ ଦ୍ରୁତଗତିରେ ଆସି ନାଲ୍‌କୋ ଛକ ଟ୍ରାଫିକ୍‌ରେ ଅଟକିଥିବା ଇନୋଭାକୁ ଧକ୍କା ଦେଇଥିଲା। ସ୍କର୍ପିଓ ଭିତରେ ଚାଳକ ସମେତ ବିଧାୟକଙ୍କ ପୁଅ ଓ ଅନ୍ୟ ଜଣେ ଥିବା ବେଳେ ଇନୋଭାରେ କେବଳ ଚାଳକ ଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ବିଧାୟକଙ୍କ କାର୍‌ଟି ନିୟନ୍ତ୍ରଣ ହରାଇ ଇନୋଭାକୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ପରେ ସ୍କର୍ପିଓରେ ଥିବା ବିଧାୟକଙ୍କ ପୁଅଙ୍କ ମୁହଁରେ ମାଡ଼ ହୋଇଥିବା ବେଳେ ଡ୍ରାଇଭରଙ୍କ ଗୋଡ଼ରେ ଆଘାତ ଲାଗିଥିଲା। ସେହିଭଳି ଇନୋଭା ଡ୍ରାଇଭରଙ୍କ ଛାତିରେ ମାଡ଼ ହୋଇଛି। ଏହି ଦୁର୍ଘଟଣା ଯୋଗୁଁ ରାସ୍ତା ପ୍ରାୟ ୧ଘଣ୍ଟା ଧରି ଜାମ୍‌ ହୋଇଥିଲା। ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡିକୁ ପୁଲିସ ଜବତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe