‘ମୋ ବସ୍‌’ କ୍ୟାପ୍‌ଟେନ୍‌ଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ

ଗଞ୍ଜାମ, ସମ୍ବଲପୁର ଓ ଝାରସୁଗୁଡାରେ ଗଡ଼ିବ ମୋ ବସ୍‌

eBhubaneswar

ଭୁବନେଶ୍ବର : ଆଜି (ସୋମବାର)ଠାରୁ ସମସ୍ତ ରୁଟ୍‌ରେ ମୋ’ ବସ୍‌ ଚାଲିବା ନେଇ ଘୋଷଣା ହେବା ପରେ ନୂଆ ବିବାଦ ସୃଷ୍ଟି ହୋଇଛି। ଦରମା ବଢ଼ିବାକୁ କାର୍ଯ୍ୟରତ କ୍ୟାପଟେନ୍ ଷ୍ଟାଫ୍‌ କାର୍ଯ୍ୟବନ୍ଦ ଘୋଷଣା କରିଥିବାରୁ ବସ୍‌ ଚଳାଚଳ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏନେଇ ସେମାନେ କ୍ରୁଟ୍‌ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି।

ସେମାନଙ୍କ ଅଭିଯୋଗ ମୁତାବକ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ଦରଦାମ୍ ବଢ଼ିବାରେ ଲାଗିଛି। ପେଟ୍ରୋଲ ମଧ୍ୟ ଶହେ ଅତିକ୍ରମ କରିଛି। ମହାମାରୀ ସମୟରେ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ସହଯୋଗ ମିଳିନାହିଁ। ଏଣୁ ଆସନ୍ତା ଅଗଷ୍ଟ ୨ତାରିଖ ସୁଦ୍ଧା ଦିନକୁ ୮ଘଣ୍ଟା ହିସାବରେ ୨୬ଦିନକୁ ୧୮ହଜାର ଟଙ୍କା ଦରମା ପ୍ରଦାନ କରିବାକୁ ଲିଖିତ ପ୍ରତିଶ୍ରୁତି ନଦେଲେ କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ତା’ ସହିତ ସୋମବାର ସମ୍ ହସ୍ପିଟାଲ୍‌ସ୍ଥିତ ମୋ’ ବସ୍ ଡିପୋରେ କର୍ମଚାରୀମାନେ ଧାରଣା ଦେ‌ବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟପଟେ ବସ୍‌ ଚଳାଇବା ପାଇଁ କ୍ରୁଟ୍‌ ପ୍ରସ୍ତୁତ ଥିବା ଜଣାପଡ଼ିଛି। କର୍ମଚାରୀମାନେ ଆନ୍ଦୋଳନ କଲେ ବି ବିକଳ୍ପ ବ୍ୟବସ୍ଥା ନେଇ କ୍ରୁଟ୍‌ ଚିନ୍ତା କରୁଛି। ଆନ୍ଦୋଳନ କରିବା ନେଇ ଧମକ ଦେଇଥିବା କର୍ମଚାରୀଙ୍କ ସହ ମଧ୍ୟ ଆଲୋଚନା ହୋଇଥିବା ସ୍ପଷ୍ଟ କରିଛି କ୍ରୁଟ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe