ମୋ’ ବସ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟଣା: ବସ୍‌ ଚାଳକ ଗିରଫ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ଭୁବନେଶ୍ବର : ମୋ’ ବସ୍‌ ଧକ୍କାରେ ମହିଳାଙ୍କ ମୃତ୍ୟୁ ଘଟିବା ମାମଲାରେ କ୍ୟାପିଟାଲ୍‌ ଥାନା ପୁଲିସ ରବିବାର ଦିନ ବସ୍‌ ଚାଳକକୁ କୋର୍ଟ ଚାଲାଣ କରିଛି। ସେ ହେଲା, ଇନ୍‌ଫୋଭ୍ୟାଲି ଥାନା ଗଙ୍ଗପଡ଼ା ଅଞ୍ଚଳର ସନ୍ତୋଷ କୁମାର ସାହୁ। ଅପରପକ୍ଷେ ବ୍ୟବଚ୍ଛେଦ ପରେ ମହିଳାଙ୍କ ଶବକୁ ପୁଲିସ୍‌ ତାଙ୍କ ପରିବାରଲୋକଙ୍କୁ ଜିମା ଦେଇଛି।

ପୁରୀ ଜିଲ୍ଲା ପିପିଲି ଅଞ୍ଚଳର ବିଳାସା ପାତ୍ର କିଛି ଦିନ ତଳେ ୟୁନିଟ୍‌-୮‌ରେ ରହୁଥିବା ତାଙ୍କ ଝିଅ ଘରକୁ ଆସିଥିଲେ। ଶନିବାର ରାତିରେ ସେ ପିପିଲି ଫେରୁଥିଲେ। ମାଷ୍ଟରକ୍ୟାଣ୍ଟିନ୍‌ ମୋ’ ବସ୍‌ଷ୍ଟପ ନିକଟରେ ପଛପଟୁ ଦ୍ରୁତ ଗତିରେ ‌ଆସୁଥିବା ଏକ ମୋ’ ବସ୍‌ ତାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ଆହତ ହୋଇଥିଲେ। କ୍ୟାପିଟାଲ୍‌ ଥାନା ପୁଲିସ ମହିଳାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌‌ରେ ଭର୍ତ୍ତି କରାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe