ମୋ ବସ୍‌ ଭଡ଼ା ରିହାତି ଆଉ ଦୁଇ ମାସ

ହଟିଲାନି ଲକ୍‌ଡାଉନ୍, ରାଜଧାନୀବାସୀ ନିରାଶ

CRUT

ଭୁବନେଶ୍ବର : ବାତାନୁକୂଳିତ ‘ମୋ ବସ୍‌’ରେ ଯେପରି ଅଧିକ ଯାତ୍ରୀ ଯାତାୟାତ କରିବେ ସେଥିପାଇଁ କ୍ରୁଟ୍‌ କର୍ତ୍ତୃପକ୍ଷ ଏସି ‘ମୋ ବସ୍‌’ ଭଡ଼ା ରିହାତି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଏସି ବସ୍‌ ଭଡ଼ା ଡିସେମ୍ବରରେ ୩୮% କମିଥିଲା ଓ ଏହା ଦୁଇ ମାସ ପାଇଁ ଲାଗୁ ହୋଇଥିଲା। ହେଲେ ଏବେ ଏହାକୁ ଆଉ ଦୁଇ ମାସ ବଢ଼ାଇ ଦିଆଯାଇଛି। ଏନେଇ କ୍ରୁଟ୍‌ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି ଯେ, ଗତ ୨ମାସରେ ଦୈନନ୍ଦିନ ଯାତ୍ରୀ ସଂଖ୍ୟା ବହୁତ ବଢ଼ିଛି। ନଭେମ୍ବର ମାସରେ ପ୍ରତିଦିନ ୮୪ହଜାର ଯାତ୍ରୀ ମୋ ବସ୍‌ରେ ଯାତାୟାତ କରୁଥିଲେ ଏବଂ ୧୧.୭୫ଲକ୍ଷ ଟଙ୍କା ଭଡ଼ା ଆଦାୟ ହେଉଥିଲା। ଜାନୁଆରି ମାସରେ ୧ଲକ୍ଷ ଯାତ୍ରୀ ଯାତାୟାତ କରିବା ସହ ୧୨ଲକ୍ଷ ଟଙ୍କା ଭଡ଼ା ଆଦାୟ ହୋଇଛି। ଡିସେମ୍ବରରେ ୫% ଯାତ୍ରୀଙ୍କ ସଂଖ୍ୟା ବଢ଼ିଥିଲେ ହେଁ ଭଡ଼ା ଆଦାୟ ୧% କମିଥିଲା। କିନ୍ତୁ ଡିସେମ୍ବର ତୁଳନାରେ ଜାନୁଆରି‌େର ଯାତ୍ରୀଙ୍କ ସଂଖ୍ୟା ୨୨% ବଢ଼ିଛି। ନଭେମ୍ବରରେ ଏସି ବସ୍‌ରେ ୪ଲକ୍ଷ ୩୦ହଜାର ଯାତ୍ରୀ ଯାତାୟତ କରିଥିବାବେଳେ ଡିସେମ୍ବରରେ ଏହା ୫ଲକ୍ଷ ୫୦ହଜାରରେ ପହଞ୍ଚିଥିଲା। ଜାନୁଆରି ୨୭ତାରିଖ ସୁଦ୍ଧା ଏସି ବସ୍‌ ଯାତ୍ରୀ ସଂଖ୍ୟା ୯% ବଢ଼ି ୪ଲକ୍ଷ ୭୦ହଜାରରେ ପହଞ୍ଚିଛି। ଏସି ବସ୍‌ରେ ଯାତ୍ରୀ ସଂଖ୍ୟା ବଢ଼ୁଥିବାରୁ ଯାତ୍ରା ଭଡ଼ା ରିହାତି ଆଉ ଦୁଇ ମାସ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି ବୋଲି ଶ୍ରୀମତୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe