ମୋ ବସ୍‌ ପାଇଁ ‘ଫ୍ରିଡମ୍ ମାସିକିଆ ପା‌ସ୍‌’

ମୋ ବସ୍‌ ପାଇଁ ‘ଫ୍ରିଡମ୍ ମାସିକିଆ ପା‌ସ୍‌’

ଭୁବନେଶ୍ବର : ମୋ ବସ୍‌ରେ ଯେପରି ଅଧିକରୁ ଅଧିକ ଲୋକ ଯାତାୟାତ କରିବେ ସେଥିପାଇଁ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ‘ଫ୍ରିଡମ୍ ମାସିକିଆ ପାସ୍’ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି।  ଏହି ପାସ୍ ଯେପରି ଅଧିକ ଲୋକ କିଣିପାରିବେ ସେଥିପାଇଁ ଅଗଷ୍ଟ ୧୫ରୁ ମାଷ୍ଟରକ୍ୟାଣ୍ଟିନ, ଫାୟାର ଷ୍ଟେସନ, ରସୁଲଗଡ଼, ବାଣୀବିହାର, କିଟ୍‌ ଛକ, ବିଭିନ୍ନ ବସ୍‌ ଡିପୋ ଓ ବସ୍‌ କ୍ୟୁ ସେଲ୍ଟରରେ କିଓସ୍କ କରି ଏହା ବିକ୍ରି କରାଯିବ। ଛୁଟିଦିନ ବ୍ୟତୀତ ଅନ୍ୟ ଦିନରେ ସକାଳ ୯ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଏହି ପାସ୍‌ ବିକ୍ରି ହେବ। ଅଗଷ୍ଟ ୩୧ତାରିଖ ଭିତରେ ‌ଯେଉଁମାନେ ଏହି ପାସ୍‌ କିଣିବେ ସେମାନଙ୍କ ପାଇଁ ଆକର୍ଷଣୀୟ ଉପହାର ରଖାଯାଇଛି। ଯାତ୍ରା ସମୟରେ ୨୫% ଭଡ଼ାରେ ରିହାତି ସହ ୫ଦିନ ଅତିରିକ୍ତ ସେବା ପାଇବେ। ଏହାସହ ଆଇସିଆଇସିଆଇ ଓଡେଶୀ କାର୍ଡ ପାଇପାରିବେ।  ପାସ୍‌ ପାଇବା ପାଇଁ ଗୋଟିଏ ଷ୍ଟାମ୍ପ ସାଇଜ୍ ଫଟୋ ଓ ପରିଚୟ ପତ୍ର ଆବଶ୍ୟକ।

କ୍ରୁଟ୍‌ର ନିଷ୍ପତ୍ତି ଅନୁଯାୟୀ, ଏହି ମାସିକିଆ ପାସ୍‌ରେ ବିଏମ୍‌ସି ଅଞ୍ଚଳରେ ମାସ ଯାକ ଏସି ବସ୍‌ରେ ଯାତାୟତ ପାଇଁ ୯୦୦ଟଙ୍କା, ନନ୍ ଏସି ବସ୍‌ ପାଇଁ ୬୦୦ଟଙ୍କା ରହିଛି। ମ୍ୟାଜିକ୍ ପ୍ୟାକ୍‌ରେ ମୋ ବସ୍‌ର ସବୁ ରୁଟ୍‌ରେ ଏସି ବସ୍‌ରେ ଯାତାୟତ ପାଇଁ ୧୮୦୦ ଟଙ୍କା, ନନ୍ ଏସି ବସ୍‌ରେ ଯାତାୟାତ ପାଇଁ ୧୨୦୦ଟଙ୍କା ରହିଛି।

ଆଜି ବିଏମ୍‌ସିରେ କ୍ରୁଟ୍‌ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା, ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର ଏବଂ ଆଇସିଆଇସିଆଇ ବ୍ୟାଙ୍କର ଜୋନାଲ ହେଡ୍ ପ୍ରଦୋଷ ରାଉତ ଏହି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe