ମୋ ବସ୍‌ ଢାଞ୍ଚାରେ ସାରା ରାଜ୍ୟରେ ଗଡ଼ିବ ବସ୍‌

Advertisment
ହଟିଲାନି ଲକ୍‌ଡାଉନ୍, ରାଜଧାନୀବାସୀ ନିରାଶ

CRUT

ଭୁବନେଶ୍ବର : ଏବେ ଭୁବନେଶ୍ବର-ଖୋର୍ଦ୍ଧା-କଟକରେ ଯେପରି ଅତ୍ୟାଧୁନିକ ଜ୍ଞାନକୌଶଳ ଥିବା ମୋ ବସ୍‌ ଚାଲୁଛି, ଆଗମୀ ଦିନରେ ସାରା ରାଜ୍ୟରେ ସେହିଭଳି ବସ୍ ଚାଲିବ। ଓଏସ୍‌ଆର୍‌ଟିସି ଏବଂ ଅନ୍ୟ ସ୍ପେଶାଲ ପରପୋଜ୍ ଭେଇକିଲ୍‌ ଦ୍ବାରା ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବସ୍‌ ସେବା ଯୋଗାଇ ଦିଆଯାଉଛି। ସେମାନେ ଯେପରି ମୋ ବସ୍‌ ଢାଞ୍ଚାରେ ବସ୍‌ ଚଲାଇବେ ସେ ନେଇ ପଦକ୍ଷେପ ନିଆଯିବ ବୋଲି ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

କ୍ରୁଟ୍‌ ପକ୍ଷରୁ ଜିଆଇଜେଡ୍ ସହାୟତାରେ ଭିଏସ୍‌ଏସ୍‌ ନଗରସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ ଠାରେ ଚାଲିଥିବା ଦୁଇଦିନିଆ ସ୍ମାର୍ଟ-ଏସ୍‌ୟୁଟି ମୋବିଲୋଗସ୍ କର୍ମଶାଳାରେ ମନ୍ତ୍ରୀ ଶ୍ରୀ ଜେନା ଯୋଗଦେଇ କହିଥିଲେ ଯେ, ଭୁବ‌େନଶ୍ବର ସ୍ମାର୍ଟ ସିଟି ଲିମିଟେଡର ମୋ ବସ୍ ଯୋଜନା ଏକ ସଫଳ ପ୍ରକଳ୍ପ। କ୍ରୁଟ୍‌ ଯେଭଳି ଭାବେ ଏହାକୁ ଚଲାଉଛି ସମସ୍ତ ଏସ୍‌ପିଭି ଏହାକୁ ଅନୁକରଣ କରିବା ଦରକାର। ଏଥିରେ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରା କହିଥିଲେ ଯେ, ମୋ ବସ୍‌ରେ ଯାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆସନ୍ତା ୬ମାସ ମଧ୍ୟରେ ଦୈନିକ ଯାତ୍ରୀଙ୍କ ସଂଖ୍ୟା ଦେଢ଼ ଲକ୍ଷ ଛୁଇଁବାକୁ ଆମେ ଲକ୍ଷ୍ୟ ରଖିଛୁ। ସମସ୍ତ ଯାତ୍ରୀଙ୍କୁ ଗୁଣାତ୍ମକ ସେବା ଯୋଗାଇବା ପାଇଁ ବହୁ ପଦକ୍ଷେପ ନିଆଯାଉଛି। ଏଥିରେ ସ୍ମାର୍ଟ-ଏସ୍‌ୟୁଟି, ଜିଆଇଜେଡ୍‌ର ବରିଷ୍ଠ ପରାମର୍ଶଦାତା‌ ଲଘୁ ପରାସର, କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର, ଓଏସ୍‌ଆରଟିସିର ବରିଷ୍ଠ ଅଧିକାରୀ, ବିଭିନ୍ନ ଏସ୍‌ପିଭି ଓ କ୍ରୁଟ୍‌ର ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe