ପୁଣି ଜୀବନ ନେଲା ‘ମୋ ବସ୍‌’: ନାବାଳିକା ଉପରେ ଚଢ଼ିଗଲା

Advertisment

କିଟ୍ ଛକରୁ ନନ୍ଦନକାନନ ଛକ ରାସ୍ତାର ରଘୁନାଥପୁର ପାଖରେ ‘ମୋ ବସ୍’ ଧକ୍କାରେ ଜଣେ ନାବାଳିକାର ମୁତ୍ୟୁ ହୋଇଛି। ମୃତ ନାବାଳିକା ହେଉଛି ସମ୍ବଲପୁର ବରପାଲି ଥାନା ପତେଇପାଲିର ରାମଚନ୍ଦ୍ର ଜୁଆଡ଼ିଙ୍କ ଝିଅ...

କିଟ୍ ଛକରୁ ନନ୍ଦନକାନନ ଛକ ରାସ୍ତାର ରଘୁନାଥପୁର ପାଖରେ ‘ମୋ ବସ୍’ ଧକ୍କାରେ ଜଣେ ନାବାଳିକାର ମୁତ୍ୟୁ ହୋଇଛି। ମୃତ ନାବାଳିକା ହେଉଛି ସମ୍ବଲପୁର ବରପାଲି ଥାନା ପତେଇପାଲିର ରାମଚନ୍ଦ୍ର ଜୁଆଡ଼ିଙ୍କ ଝିଅ...

dgdgdgcv

ବାରଙ୍ଗ: କିଟ୍ ଛକରୁ ନନ୍ଦନକାନନ ଛକ ରାସ୍ତାର ରଘୁନାଥପୁର ପାଖରେ ‘ମୋ ବସ୍’ ଧକ୍କାରେ ଜଣେ ନାବାଳିକାର ମୁତ୍ୟୁ ହୋଇଛି। ମୃତ ନାବାଳିକା ହେଉଛି ସମ୍ବଲପୁର ବରପାଲି ଥାନା ପତେଇପାଲିର ରାମଚନ୍ଦ୍ର ଜୁଆଡ଼ିଙ୍କ ଝିଅ ମୁନି ଜୁଆଡ଼ି (୧୨)। ରଘୁନାଥପୁର ଗ୍ରାମରେ ଥିବା ଏକ ଫାର୍ମ ହାଉସରେ ରାମଚନ୍ଦ୍ର ପରିବାର ସହ ରହି ଏଠାରେ କାମ କରନ୍ତି। ଦୁର୍ଘଟଣା ପରେ ବସ୍‌ ଚାଳକ ପୁରୀ ନିମାପଡ଼ାସ୍ଥିତ ହରିପୁର ଗ୍ରାମର ନୃସିଂହ ସେଠୀ ନନ୍ଦନକାନନ ଥାନାରେ ଆତ୍ମସମର୍ପଣ କରିଥିଲେ। ମୃତ ନାବାଳିକାର ମା’ ସାବିତ୍ରୀ ଜୁଆଡ଼ିଙ୍କ ଅଭିଯୋଗ ପରେ ନୃସିଂହକୁ ପୁଲିସ୍‌ ଗିରଫ କରିଛି। ଏହି ଘଟଣାକୁ ନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରିବା ପରେ ପୁଲିସ୍‌ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଗତବର୍ଷ ନଭେମ୍ବର ୨ ତାରିଖରେ ‘ମୋ ବସ୍‌’ ଧକ୍କାରେ ଆହତ ସମ୍ବଲପୁରର ଝିଲ୍ଲୀ ସୋହଲା ଗୋଟିଏ ହାତ ହରାଇବାକୁ ଯାଉଛନ୍ତି।

ନାବାଳିକା ଉପରେ ଚଢ଼ିଗଲା, ଚାଳକର ଆତ୍ମସମର୍ପଣ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଚକ୍ଷୁଦାନ କଲା ମୁନି

ଭୁବନେଶ୍ବର: ମୁନି ଆଖି‌ରେ ଦୁନିଆ ଦେଖିବେ ଅନ୍ୟ ଦୃଷ୍ଟିବା‌ଧିତ। ଆଜି କ୍ୟାପିଟାଲ ହସ୍ପିଟାଲରେ ‘ମୋ ବସ୍‌’ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ମୁନିର ଚକ୍ଷୁଦାନ କରିଛନ୍ତି ପରିବାର ଲୋକ। ପଟିଆସ୍ଥିତ ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟର ‘ଦୃଷ୍ଟିଦାନ ଚକ୍ଷୁ ବ୍ୟାଙ୍କ୍‌’ରେ ମୁନିଙ୍କ ଆଖିକୁ ସଂରକ୍ଷିତ ରଖାଯାଇଛି।

ସୂଚନା ଅନୁସାରେ, ସକାଳ ପ୍ରାୟ ୮ଟା ବେଳେ ମୁନି ସାଇକେଲ୍‌ ଧରି ନନ୍ଦନକାନନ ଛକ ଆଡ଼କୁ ଯାଇଥିଲା। ନନ୍ଦନକାନନ ଛକ ଆଡ଼କୁ ଆସୁଥିବା ୫୪ ନମ୍ବର ରୁଟ୍‌ର ‘ମୋ ବସ୍‌’ (ଓଡି୦୨ବିଏ୯୪୦୬) ପଛପଟୁ ମୁନିକୁ ଧକ୍କା ଦେଇଥିଲା। ତଳେ ପଡ଼ିଯିବା ପରେ ମୁନି ମୁଣ୍ଡରେ ବସ୍‌ଟି ଚଢ଼ି ଯାଇଥିଲା। ଦୁର୍ଘଟଣା ଘଟାଇବା ପରେ ବସ୍‌ଟି ସାଇକେଲକୁ ୧୦୦ ମିଟର ଆଗକୁ ନନ୍ଦନକାନନ ଥାନା ପର୍ଯ୍ୟନ୍ତ ଘୋଷାରି ନେଇଥିଲା। ସେଠାରେ ବସ୍‌ ରଖି ନିଜେ ଚାଳକ ଫସି ରହିଥିବା ସାଇକେଲ୍‌କୁ ରାସ୍ତାରେ ଫିଙ୍ଗି ଦେବା ପରେ ଆତ୍ମସମର୍ପଣ କରିଥିଲା। ନାବାଳିକାର ବୀଭତ୍ସ ମୃତ୍ୟୁ ଦେଖି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ନାବାଳିକାର ପରିବାରକୁ କ୍ଷତିପୂରଣ ସହ ବସ୍‌ ଚାଳକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକମାନେ ରାସ୍ତାରୋକ କରିଥିଲେ। ଟାୟାର ଜାଳିବା ସହ ବାଉଁଶ ବାଡ଼ ପକାଇ ଦେଇଥିଲେ। ଫଳରେ ସକାଳ ୯ ରୁ ୧୧ଟା ପର୍ଯ୍ୟନ୍ତ ୨ ଘଣ୍ଟା ଧରି ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା।

 ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପୁଲିସ୍‌ ମୁତୟନ ହୋଇଥିଲା। ଏସିପି ରମେଶ ଚନ୍ଦ୍ର ବିଶୋଇ ଓ ନନ୍ଦନକାନନ ଥାନା ଅଧିକାରୀ ସମିତା ମିଶ୍ର ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। କ୍ରୁଟ୍‌ କର୍ତ୍ତୃପକ୍ଷ ୨ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିବା ପରେ ସେମାନେ ରାସ୍ତାରୁ ହଟିଥିଲେ। ଏହି ଘଟଣା ପରେ ଅନେକ ସମୟ ପର୍ଯ୍ୟନ୍ତ ‘ମୋ ବସ୍’ ଚଳାଚଳ ବନ୍ଦ ରହିଥିଲା। ଅପରାହ୍ନରେ ‘ମୋ ବସ୍‌’ ଚଳାଚଳ ସ୍ବାଭାବିକ ହୋଇଥିଲା। ଏଠାରେ ସୂଚାଇ ଦିଆଯାଇପାରେ, ‘ମୋ ବସ୍‌’ ଦୁର୍ଘଟଣାରେ ପୂର୍ବରୁ ଆହତ ହୋଇଥିବା ଝିଲ୍ଲୀ ସୋହଲାଙ୍କୁ ଟଙ୍କାଟିଏ କ୍ଷତିପୂରଣ ଦିଆଯାଇ ନାହିଁ। ‌କେବଳ ରାସ୍ତାରୁ ଆନ୍ଦୋଳନକାରୀଙ୍କୁ ହଟାଇବା ପାଇଁ ମିଥ୍ୟା ପ୍ରତିଶ୍ରୁତି ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe