representational immage- Telegraph India Telegraph India
ଭୁବନେଶ୍ବର: ଜିଜିପି କଲୋନିରେ ରାସ୍ତା କାମ ଚାଲୁ ଥିବାରୁ ଏହି ରୁଟ୍ରେ ହାଇଟେକ୍ ପର୍ଯ୍ୟନ୍ତ ଯାଉଥିବା ମୋ ବସ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଥିଲା କ୍ରୁଟ୍। ଏନେଇ କ୍ରୁଟ୍ ଟ୍ବିଟ୍ ଯୋଗେ ସୂଚନା ଦେବା ପରେ ପ୍ରବଳ ବିରୋଧ ହୋଇଥିଲା। ପ୍ରତ୍ୟେକ ଦିନ କର୍ମଚାରୀ ଓ ସମ୍ପୃକ୍ତ ଅଞ୍ଚଳ ବାସିନ୍ଦା ଏହି ବସ୍ ଉପରେ ନିର୍ଭର କରୁଥିବାରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ଆଜି ଠାରୁ ଏହି ରୁଟ୍ରେ ମୋ ବସ୍ ଚଳାଚଳ ଆରମ୍ଭ କରିଛି। ରୁଟ୍ ନମ୍ବର ୩୧ରେ ପୂର୍ବ ନିର୍ଦ୍ଧାରିତ ସମୟରେ ଏହି ବସ୍ ମାଷ୍ଟରକ୍ୟାଣ୍ଟିନ୍ରୁ ବାହାରି ଅଶୋକନଗର, ରାଜମହଲ, କଳ୍ପନା, ସବରସାହି, ଓଲ୍ଡ ଷ୍ଟେସନ ବଜାର, ଲକ୍ଷ୍ମୀସାଗର ଛକ, ଲକ୍ଷ୍ମୀସାଗର ଥାନା, ଜେଲ୍ ଛକ, ଗଣେଶ ମଣ୍ଡପ, ଶାନ୍ତି ନଗର, କ୍ରୀଷ୍ଣା ନଗର, ଦେବାନନ୍ଦ ବିହାର, ଭାଗବତ ସନ୍ଧାନ, ଜିଜିପି କଲୋନି କେନାଲ ରୋଡ୍, ରସୁଲଗଡ଼ ପାଲାମଣ୍ଡପ, ପଳାସୁଣି, ସପ୍ତସତୀ ମନ୍ଦିର, ପୁରୀ ବାଇପାସ୍, ପାଣ୍ଡରା, ପାଣ୍ଡରା ବଜାର, ହାଇଟେକ୍ ହସ୍ପିଟାଲ ଓ ହାଇଟେକ୍ ହସ୍ପିଟାଲ ଛକ ଦେଇ ଭୁବନେଶ୍ବର ଫେରିବ।
Follow Us