ଆଜିଠୁ ପୁରୀକୁ ପୁଣି ଗଡ଼ିବ ‘ମୋ ବସ୍‌’

Advertisment
ଆଜିଠୁ ପୁରୀକୁ ପୁଣି ଗଡ଼ିବ ‘ମୋ ବସ୍‌’

ଭୁବନେଶ୍ୱର: ଶୁକ୍ରବାରଠାରୁ ପୁରୀକୁ ପୁଣି ‘ମୋ ବସ୍‌’ ଗଡ଼ିବ। ଏ ନେଇ କ୍ରୁଟ୍‌ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁରୀକୁ ୫୧ ନମ୍ବର ରୁଟ୍‌ରେ ସାଧାରଣ ଓ ୫୦ ନମ୍ବର ରୁଟ୍‌ରେ ଏକ୍ସପ୍ରେସ୍‌ ବସ୍ ସର୍ଭିସ ମିଳିବ। ୫୧ ନମ୍ବର ରୁଟ୍‌ରେ ‘ମୋ ବସ୍‌’ ବରମୁଣ୍ଡାରୁ ସକାଳ ୭ଟା ୧୭ରେ ବାହାରି ରସୁଲଗଡ଼, କଳ୍ପନା, ଲିଙ୍ଗରାଜ ମନ୍ଦିର ରୋଡ୍‌, ସାମନ୍ତରାପୁର ଓ ପିପିଲି ବାଇପାସ୍‌ ଦେଇ ପୁରୀ ଯିବ ଓ ସେହି ରୁଟ୍‌ରେ ଫେରିବ।

ସେହିଭଳି ଏକ୍ସପ୍ରେସ୍‌ ସେବା ଯୋଗାଉଥିବା ୫୦ ନମ୍ବର ରୁଟ୍‌ର ବସ୍‌ ଭୁବନେଶ୍ବର ରେଳଷ୍ଟେସନରୁ ସକାଳ ୬ଟା ୧୦ରୁ ବାହାରି କଳ୍ପନା ଦେଇ ପୁରୀ ଯିବ। ପୂର୍ବରୁ ଯାତ୍ରୀ ହେଉନଥିବାରୁ ୫୧ ନମ୍ବର ରୁଟ୍‌ରେ ମୋ ବସ୍‌ ଗଡ଼ିବା ବନ୍ଦ ଥିଲା। ଲୋକଙ୍କ ଅନୁରୋଧ ପରେ କ୍ରୁଟ୍‌ ଏଭଳି ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe