ମାଷ୍ଟର କ୍ୟାଣ୍ଟିନ୍‌ରୁ ଏସ୍‌ସିବି ଚାଲିବ ‘ମୋ ବସ୍’

କଟକର ୪ ନୂଆ ରୁଟ୍‌ରେ ଗଡ଼ିବ ୩୦ ‘ମୋ ବସ୍‌’

ଗଞ୍ଜାମ, ସମ୍ବଲପୁର ଓ ଝାରସୁଗୁଡାରେ ଗଡ଼ିବ ମୋ ବସ୍‌

eBhubaneswar

ଭୁବନେଶ୍ବର : କଟକରେ ଆଉ ୪ଟି ନୂଆ ରୁଟ୍‌ରେ ୩୦ଟି ମୋ ବସ୍‌ ଚାଲିବ। ପୁରୁଣା ବସ୍‌କୁ ମରାମତି କରି ଆଧୁନିକ ସୁବିଧା ସହିତ ଏହି ବସ୍‌ଗୁଡ଼ିକୁ ଚଳାଇବା ପାଇଁ ଯୋଜନା କରିଛି କ୍ରୁଟ୍‌(କ୍ୟାପିଟାଲ୍‌ ରିଜିଅନ୍‌ ଅର୍ବାନ୍‌ ଟ୍ରାନ୍ସପୋର୍ଟ)। ଫଳରେ ହଜାର ହଜାର କଟକ ବାସିନ୍ଦା ସୁବିଧା ଯାତ୍ରାର ସୁଯୋଗ ପାଇବେ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି।

publive-image guidetopuri.com

ବିଜୁ ପଟ୍ଟନାୟକ ଛକରୁ ଚାରବାଟିଆ, ବାରବାଟୀ ଷ୍ଟାଡିୟମ୍‌ରୁ ସାଲେପୁର, ଭୁବନେଶ୍ବର ରେଳଷ୍ଟେସନ୍‌ରୁ ଏସ୍‌ସିବି ମେଡିକାଲ, ଧବଳେଶ୍ବରରୁ କନ୍ଦରପୁର ପର୍ଯ୍ୟନ୍ତ ଏଭଳି ୪ଟି ନୂଆ ରୁଟ୍ ତିଆରି କରାଯାଇଛି। ଏହି ସାଧାରଣ ବସ୍‌ ସେବା ଜୁନ୍ ୮ ତାରିଖ ବୁଧବାରଠାରୁ ଆରମ୍ଭ ହେବ ବୋଲି କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ କହିଛନ୍ତି। ସମସ୍ତ ରୁଟ୍‌ରେ ବସ୍‌ଗୁଡ଼ିକ ‘ମୋ ବସ୍’ କଟକ ଟର୍ମିନାଲରୁ ବାହାରି ନିର୍ଣ୍ଣୟ କରାଯାଇଥିବା ରୁଟ୍ ଦେଇ ଯିବ ବୋଲି କ୍ରୁଟ୍ ଜେନେରାଲ ମ୍ୟାନେଜର ଦୀପ୍ତି ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe