ପାର୍ଲର ଯିବାକୁ ଚାହୁଁଛନ୍ତି କି? କିନ୍ତୁ ସମୟ ହେଉନି। ବିବାହ ପାର୍ଟିକୁ ଯିବାର ଅଛି। କିନ୍ତୁ ପାର୍ଲର୍ ନେଇ ଯିବାକୁ କେହି ନାହାନ୍ତି। ତେବେ ଆଉ ଚିନ୍ତା ନାହିଁ। ଗୋଟିଏ କଲ୍ରେ ପାର୍ଲର ଆସି ପହଞ୍ଚିଯିବ ଘର ସମ୍ମୁଖରେ। ‘କାଇରା ମୋବାଇଲ୍ ବିୟୁଟି ପାର୍ଲର ଭ୍ୟାନ୍’ ନେଇଆସିଛି ଏହି ସୁବିଧା। ଗୋଟିଏ ଫୋନ୍ କଲ୍ରେ ଭ୍ୟାନ୍ ଆସି ପହଞ୍ଚିବ ଆପଣଙ୍କ ଘରେ। ଆପଣଙ୍କୁ ଚାହିଦା ମୁତାବକ ସେବା ବି ଯୋଗାଇ ଦେବ।
ମୋବାଲଲ୍ ବିୟୁଟି ପାର୍ଲରର ମାଲିକ ସୁକାନ୍ତୀ କୁମାରୀ ସାହୁ କୁହନ୍ତି, ଆମେ ଏହି ଭ୍ୟାନ୍ରେ ମେନିକିଓର, ପେଡିିକିଓର, ଓ୍ଵାକ୍ସିଂ, ମସାଜ, ହେୟାର କଟ୍, ହେୟାର କଲର, ଟ୍ୟାନ୍ ରିମୁଭ, ବ୍ରାଇଡାଲ ମେକପ୍, ହେୟାର ସ୍ପା, ବ୍ଲିଚିଂ, ହେୟାର ଷ୍ଟ୍ରେଟ୍ନିଂ, ସ୍ମଥ୍ନିଂ ଓ ଫେସିଆଲ୍ ଆଦି ସମସ୍ତ ସୁବିଧା ଯୋଗାଇ ଦେଉଛୁ। ପୁଣି ଘରେ ଆସି ସେବା ଯୋଗାଇବାକୁ ଅଧିକ ଚାର୍ଜ ମଧ୍ୟ ନେଉନାହୁଁ। ଅନ୍ୟ ପାର୍ଲର ତୁଳନାରେ ୨୦ରୁ ୩୦% କମ୍ ଚାର୍ଜ ମଧ୍ୟ ନେଉଛୁ। ବିବାହ ମଣ୍ଡପଠାରୁ ଆରମ୍ଭ କରି କଲେଜ, ହଷ୍ଟେଲ୍ ଓ ଘରେ ମଧ୍ୟ ଏହି ସେବା ଯୋଗାଇ ଦେଉଛୁ। ୨ରୁ ୩ଜଣ ଏକାଥରେ ଭ୍ୟାନ୍ ଭିତରେ ବସି ପାର୍ଲର ସେବା ନେଇପାରିବେ। କେବଳ ଗୁରୁବାରକୁ ଛାଡ଼ି ପ୍ରତିଦିନ ଏହି ସେବା ଯୋଗାଇ ଦିଆଯାଉଛି ବୋଲି ସେ କହିଛନ୍ତି। ଏବେ ରାଜଧାନୀରେ ଗୋଟିଏ ମାତ୍ର ଭ୍ୟାନ୍ କାର୍ଯ୍ୟ କରୁଥିବା ବେଳେ ଆଗକୁ ଆଉ ଏପରି ଚାରୋଟି ଭ୍ୟାନ୍ର ବ୍ୟବସ୍ଥା କରିବାକୁ ଯୋଜନା ରହିଛି ବୋଲି ସୁକାନ୍ତି କହିଛନ୍ତି।
Follow Us