imageCitySpidey
ଭୁବନେଶ୍ୱର : କଂଗ୍ରେସ ମୁଖପାତ୍ର ତଥା ଟ୍ୟାକ୍ସ କନ୍ସଲ୍ଟାଣ୍ଟ ପ୍ରଶାନ୍ତ ଶତପଥୀଙ୍କଠାରୁ ଲୁଟେରା ମୋବାଇଲ ଝାମ୍ପି ନେଇଛନ୍ତି। ଆଜି ମଧ୍ୟାହ୍ନରେ ସେ ରସୁଲଗଡ଼ରୁ ପ୍ରିୟଦର୍ଶିନୀ ମାର୍କେଟ୍ରେ ଥିବା ଚାମ୍ବରକୁ ଯାଉଥିବା ବେଳେ କ୍ରାଉନ୍ ହୋଟେଲ ସମ୍ମୁଖରେ ଏହି ଆପରାଧିକ ଘଟଣା ଘଟିଥିଲା। ଦୁଇଜଣ ଯୁବକ ପଛରୁ ଏକ ବାଇକ୍ରେ ଆସି ତାଙ୍କ ପକେଟ୍ରୁ ମୋବାଇଲ ନେଇ ଯାଇଥିଲେ। ପ୍ରଶାନ୍ତ ପିଛା କରିଥିଲେ ହେଁ ଲୁଟେରାମାନେ ଫେରାର୍ ହୋଇଯାଇଥିଲେ। ଏନେଇ ସେ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବାରୁ ପୁଲିସ୍ ଏକ ମାମଲା ରୁଜୁ କରିଛି। ପୁଲିସ୍ ଲୁଟେରାମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।
Follow Us