ଝାରପଡ଼ା ଜେଲ୍‌ରେ ମୋବାଇଲ ଖଣି: ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ସେଲ୍ ନିକଟରୁ ମିଳିଲା ୩ ଫୋନ୍, ଚାର୍ଜର

Advertisment

ହ୍ବାଟ୍‌ସଆପ୍ ଓ ସ୍କାଏପିରେ ବିଦେଶକୁ ଯାଉଥିଲା କଲ୍

ହ୍ବାଟ୍‌ସଆପ୍ ଓ ସ୍କାଏପିରେ ବିଦେଶକୁ ଯାଉଥିଲା କଲ୍

ଝାରପଡ଼ା କାରାଗାରରୁ ତିଆରି ହେଉଛି ଅପରାଧର ବ୍ଲୁ ପ୍ରିଣ୍ଟ

image source-odisha bytes

ଭୁବନେଶ୍ବର: ଝାରପଡ଼ା ଜେଲ୍‌ରେ ମୋବାଇଲ ଫୋନର ଖଣି ପଡ଼ିଛି। ଯେତିକି ଜବତ ହୋଇ ଚାଲିଛି ସେତିକି ବାହାରୁଛି। ସବୁଠୁ ବଡ଼ କଥା ହେଉଛି ଏହି ହାଇପ୍ରୋଫାଇଲ ଜେଲ୍ ସୁରକ୍ଷା ବ୍ୟବସ୍ଥାକୁ ଚ୍ୟାଲେଞ୍ଜ ଦେଇ କଏଦୀ କେମିତି ଫୋନ୍ ବ୍ୟବହାର କରୁଥିଲେ ତାହାର ଚିତ୍ର ସାମ୍ନାକୁ ଆସିଛି। ଆଜି ଦୁଇଟି ମୋବାଇଲ ଫୋନ୍ ଓ ଚାର୍ଜର ମିଳିଥିବା ବେଳେ ଗତକାଲି ଗୋଟିଏ ଫୋନ୍ ମିଳିଛି। ଜଣେ ଚିଟ୍‌ଫଣ୍ଡ କମ୍ପାନିର ଅଭିଯୁକ୍ତ ସେଲ୍ ନିକଟ ଚଟାଣରେ ପୋତା ଯାଇଥିବା ଏହି ଫୋନକୁ ଜବତ କରାଯାଇଛି। ଖାଲି ସେତିକି ନୁହେଁ ବିଦେଶକୁ ମଧ୍ୟ କଲ୍ ଯାଇଥିବା ଜଣାପଡ଼ିଛି। ହ୍ବାଟସଆପ୍ ଓ ସ୍କାଏପି ଜରିଆରେ ଏହି କଲ୍ କରାଯାଇଛି। ଏଥିରୁ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ବିଦେଶ ଲିଙ୍କ୍ ରହିଥିବା ସ୍ପଷ୍ଟ ହୋଇଯାଇଛି। ସେଠାରେ ଠକେଇ ସମ୍ପତ୍ତି ଥାଇପାରେ ବୋଲି ଅନୁମାନ କରାଯାଉଛି। ଏହା ଆଉ ଏକ ଦିଗକୁ ସାମ୍ନାକୁ ଆଣିଥିବା ବେଳେ ତଦନ୍ତ କରାଗଲେ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିପାରେ ବୋଲି କୁହାଯାଉଛି।

ଗ୍ୟାଙ୍ଗଷ୍ଟର ଟିଟୋ, ବିକ୍ରମ ମଲ୍ଲିକ ରହୁଥିବା ସେଲ୍ ପାଖରୁ ମୋବାଇଲ ଫୋନ୍ ମିଳିବା ପରେ ଏବେ ଚିଟ୍‌ଫଣ୍ଡ ଠକେଇ ଅଭିଯୁକ୍ତଙ୍କ ଓ୍ଵାର୍ଡ ନିକଟରୁ ମୋବାଇଲ ମିଳିବା ଘଟଣା ଜେଲ୍ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଫୋନ୍ କେମିତି ଭିତରକୁ ଯାଉଥିଲା? କିଏ ଏହାକୁ ନେଉଥିଲା? ଏଥିରେ କେଉଁ ଅସାଧୁ କର୍ମଚାରୀ ସମ୍ପୃକ୍ତ ଅଛନ୍ତି? ଦୀର୍ଘ ୧୫ ଦିନ ହେଲା ତଦନ୍ତ ଚାଲିଥିଲେ ମଧ୍ୟ କାହିଁକି ସେମାନଙ୍କ ଚେହେରା ପଦାକୁ ଆସିପାରୁ ନାହିଁ? ଜେଲ ବିଭାଗ ଭାବମୂର୍ତ୍ତି ବଞ୍ଚାଇବାକୁ ବରିଷ୍ଠ ଅଧିକାରୀମାନେ ଚେଷ୍ଟା ଚଳାଇଛନ୍ତି କି? ଏ ସବୁ ପ୍ରଶ୍ନ ଜେଲ ଅଧିକାରୀଙ୍କ ଭୂମିକାକୁ ସନ୍ଦେହ ପରିସରକୁ ଟାଣି ଆଣିଲାଣି। କେବେ ତଦନ୍ତ ସରିବ ଓ ଏହାର ରହସ୍ୟ ଉନ୍ମୋଚନ ହେବ ତାହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ। ଜବତ ମୋବାଇଲ ଫୋନରୁ କେଉଁଠିକି କଲ୍ ଯାଉଥିଲା ତାହାର ରହସ୍ୟ ମଧ୍ୟ ପୁଲିସ ଉନ୍ମୋଚନ କରିପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe