ଭୁବନେଶ୍ୱର : ଝାମ୍ପିନେଲେ ମୋବାଇଲ, ସ୍କୁଟିରୁ ପଡ଼ି ଯୁବତୀ ଗୁରୁତର

Advertisment
ଭୁବନେଶ୍ୱର : ଝାମ୍ପିନେଲେ ମୋବାଇଲ, ସ୍କୁଟିରୁ ପଡ଼ି ଯୁବତୀ ଗୁରୁତର

Star of Mysore

ଭୁବନେଶ୍ୱର : ଭୁବନେଶ୍ୱରରେ ଲୁଟେରାଙ୍କ ଉତ୍ପାତ ବଢ଼ିଲାଣି। ଆଜି ଜନଗହଳିପୁର୍ଣ୍ଣ ପଳାସୁଣି କେନାଲ ରୋଡ୍‌ରେ ଜଣେ ଯୁବତୀ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ୍‌ ଛିନତାଇ କରିଛନ୍ତି। ସୂଚନାନୁଯାୟୀ, ଯୁବତୀଜଣଙ୍କ ତାଙ୍କ ଆକ୍ଟିଭା ସ୍କୁଟର(ଓଡି ୦୨ ଏସ୍‌ ୩୦୦୬)ରେ ଯାଉଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ପଛ ପଟୁ ଆସି ତାଙ୍କ ପକେଟ୍‌ରୁ ମୋବାଇଲ ଝାମ୍ପି ନେଇଥି‌ଲେ। ଏଥିରେ ଭାରସାମ୍ୟ ହରାଇ ଯୁବତୀଜଣକ ତଳେ ପଡ଼ି ଯିବାରୁ ଗୁରୁତର ଆହତ ହୋଇଥିଲେ। ତାଙ୍କ ଗୋଡ଼, ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି।

ଯୁବତୀ ଜଣକ ହେଉଛନ୍ତି, ବାଲିଅନ୍ତା ସୋମବିହାର ଅଞ୍ଚଳର ସୌଜନ୍ୟା ସାହୁ। ବାପା କମଳକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ମଞ୍ଚେଶ୍ବର ଥାନା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍‌ ସଂଗ୍ରହ କରିବା ସହ ଗାଡ଼ି ନମ୍ବରରୁ ଲୁଟେରାକୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe