IMGBIN.com
ଚନ୍ଦ୍ରଶେଖରପୁର : ମୋବାଇଲ୍ ଫୋନ୍ ଛଡ଼ାଇ ନେଉଥିବା ଅଭିଯୋଗରେ ଆଜି ଚନ୍ଦ୍ରଶେଖରପୁର ଥାନା ପୁଲିସ ଈଶାନେଶ୍ବର ବସ୍ତିର ଅନାଦି ନାଏକକୁ ଗିରଫ କରିଛି। କିଛି ସମୟ ପୂର୍ବରୁ ଅନାଦି ଛଡ଼ାଇ ନେଇଥିବା ଜଣେ ଯୁବତୀଙ୍କ ମୋବାଇଲ୍ ଫୋନ୍କୁ ପୁଲିସ ତା’ ନିକଟରୁ ଜବତ କରିଛି। ସୂଚନାନୁସାରେ ଆଜି ସନ୍ଧ୍ୟାରେ ନୀଳାଦ୍ରିବିହାର ବୁଦ୍ଧ ପାର୍କରେ ଜଣେ ଯୁବତୀ ଓ ତାଙ୍କ ସାଙ୍ଗମାନଙ୍କ ସହ ବସିଥିଲେ। ଏହି ସମୟରେ ସାଲିଆସାହିର ଅନାଦି ହଠାତ୍ ଉକ୍ତ ଯୁବତୀଙ୍କ ହାତରୁ ମୋବାଇଲ୍ ଫୋନ୍ଟି ଝାମ୍ପି ନେଇ ଚମ୍ପଟ ମାରିଥିଲା। ଯୁବତୀମାନେ ଚୋର ଚୋର ବୋଲି ପାଟି କରି ତାକୁ ପିଛା କରିଥିଲେ ବି ଅନାଦି ନିକଟସ୍ଥ ଈଶାନେଶ୍ବର ବସ୍ତିରେ ପଶି ଛପି ଯାଇଥିଲା। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ସେଠାରେ ପହଞ୍ଚି ଅନାଦିକୁ ଖୋଜି ବସ୍ତିରୁ ଧରିଥିଲା।
Follow Us