୨ ନିଶାଦିଆ ଲୁଟେରା ଗିରଫ, ମୋବାଇଲ୍‌ ଜବତ

୨ ନିଶାଦିଆ ଲୁଟେରା ଗିରଫ, ମୋବାଇଲ୍‌ ଜବତ

ଭୁବନେଶ୍ବର : ଯୁବକଙ୍କୁ ନିଶା ଦେଇ ଲୁଟ୍‌ ଅଭିଯୋଗରେ ରେଳବାଇ ଥାନା ପୁଲିସ ୨ ନିଶାଦିଆ ଲୁଟେରାଙ୍କୁ ଗିରଫ କରିଛି। ସେମାନେ ହେଲେ, ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ସୁଶାନ୍ତ ରାଉତ(୩୧) ଓ ଲକ୍ଷ୍ମୀଧର ଆଲଟିଆ(୨୧)। ସେମାନଙ୍କଠାରୁ ଗୋଟିଏ ମୋବାଇଲ୍‌ ଜବତ ହୋଇଛି।

ପୁଲିସ ସୂଚନା ମୁତାବକ, ବୁଧବାର ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ ପ୍ରଭାତ ନାୟକ ନାମକ ଜଣେ ଯୁବକ ଭୁବନେଶ୍ବରରୁ ନୟାଗଡ଼ ଯିବା ପାଇଁ ଷ୍ଟେସନ୍‌ରେ ଅପେକ୍ଷା କରିଥିଲେ। ଏହି ସମୟରେ ସୁଶାନ୍ତ ଓ ଲକ୍ଷ୍ମୀଧର ତାଙ୍କ ସହ କଥା ହୋଇଥିଲେ। ପ୍ରଭାତଙ୍କ ଘର ନୟାଗଡ଼ ବୋଲି ଜାଣିବା ପରେ ସେମାନେ ନୟାଗଡ଼ ଅଞ୍ଚଳର ବୋଲି ପରିଚୟ ଦେଇଥିଲେ। ଏହି ଆଳରେ ସେମାନେ ତାଙ୍କୁ ଚା’ ପିଇବା ପାଇଁ କଂଗ୍ରେସ ଭବନ ନିକଟକୁ ଡାକି ନେଇଥିଲେ। ଚା’ ପିଇବାର କିଛି ସମୟ ପରେ ପ୍ରଭାତ ସଂଜ୍ଞାହୀନ ହୋଇ ଯାଇଥିଲେ। ଏହି ସୁଯୋଗରେ ଉଭୟ ତାଙ୍କ ପକେଟ୍‌ରୁ ୨ହଜାର ଟଙ୍କା, ମୋବାଇଲ୍‌ ନେଇଯାଇଥିଲେ। ସକାଳେ ପାଟ୍ରୋଲିଂ କରୁଥିବା ପିସିଆର୍‌ ପ୍ରଭାତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ପଠାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe