ମୋବାଇଲ୍‌ ଚୋରି ବେଳେ ମାଡ଼ି ବସିଲା ପୁଲିସ

Advertisment
ଦିବ୍ୟାଙ୍ଗ ପ୍ରଶିକ୍ଷଣ କେନ୍ଦ୍ର ଯୌନ କେଳେଙ୍କାରୀ ମାମଲା : ଗିରଫ କିରାଣି ନିଲମ୍ବିତ

ପୁରୁଣା ଭୁବନେଶ୍ବର : ହାଟରୁ ମୋବାଇଲ୍‌ ଲୁଟ୍‌ କରିବା ପରେ ଜଣେ ଚୋରକୁ ଶ୍ରୀଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲା ଝାଡ଼ଖଣ୍ଡ ସାହେବଗଞ୍ଜ ଜିଲ୍ଲା ରାଜମହଲ ଥାନା ଅଧୀନ ବାହାପୁର ତିନିପାହଲୋ ଅଞ୍ଚଳର ଶେଷକୁମାର ମହା‌ତୋ(୨୧)। ସେ ବିଭିନ୍ନ ବଜାରରେ ଫେରି ସାମଗ୍ରୀ ବିକ୍ରି କରେ ଏବଂ ରାସ୍ତାକଡ଼ରେ ରାତ୍ରିଯାପନ କରେ। ପୁଲିସ ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜ ସାପ୍ତାହିକ ହାଟରେ ଶିଶୁପାଳଗଡ଼ର ନିହାର ରଞ୍ଜନ ନନ୍ଦ ପରିବା କିଣୁଥିବା ବେଳେ ଶେଷ ମୋବାଇଲ୍‌ ଚୋରି କରି ନେଇଥିଲା। ନିହାର ପାଟି କରିବାରୁ ସେଠାରେ ସାଦା ପୋଷାକରେ ଥିବା ପୁଲିସ ଶେଷକୁ ମାଡ଼ି ବସିଥିଲା। ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe