ଲୁଟେରା ଗିରଫ, ୬ ଦାମୀ ମୋବାଇଲ୍ ଜବତ

Advertisment
ଲୁଟେରା ଗିରଫ, ୬ ଦାମୀ ମୋବାଇଲ୍ ଜବତ

ଭୁବନେଶ୍ବର : ଅନ୍ୟମନସ୍କତାର ସୁଯୋଗ ନେଇ ରାସ୍ତା ଉପରୁ ଲୋକଙ୍କ ହାତରୁ ମୋବାଇଲ୍‌ ଝାମ୍ପି ନେଉଥିବା ଏକ ଗ୍ୟାଙ୍ଗକୁ ନୂଆପଲ୍ଲୀ ଥାନା ପୁଲିସ୍‌ ଠାବ କରିଛି। ଗ୍ୟାଙ୍ଗର ମୁଖ୍ୟ ରଞ୍ଜିତ ବଳିଆରସିଂହ(୨୦) ଓରଫ କୁଲୁକୁ ପୁଲିସ୍‌ ଗିରଫ କରି କୋର୍ଟଚାଲାଣ କରିଛି। କୁଲୁର ଘର ଖୋର୍ଧା ଇନ୍ଦିପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଏଠାରେ ରେଣ୍ଟାଲ୍ କଲୋନି ଅଞ୍ଚଳର ସହିଦ ଲକ୍ଷ୍ମଣ ନାୟକ ବେହେରା ସାହି ବସ୍ତିରେ ରହୁଥିଲା। ତା’ ନିକଟରୁ ପୁଲିସ୍‌ ୬ଟି ଦାମୀ ସ୍ମାର୍ଟଫୋନ୍‌ ଓ ୩ଟି ବାଇକ୍‌ ଜବତ କରିଛି। ଏନେଇ ପୁଲିସ୍‌ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ତେବେ ଏହି ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ଅଛନ୍ତି, ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ତନାଘନା ଚଳାଇଛି।

ପୁଲିସ୍‌ ସୂଚନା ଅନୁଯାୟୀ, କୁଲୁ ଓ ତା’ର ଜଣେ ସହଯୋଗୀ ଗତ ମେ’ ୨୬ ତାରିଖରେ ଇସ୍କନ୍ ମନ୍ଦିର ସମ୍ମୁଖରୁ ଭବାନୀ ଶଙ୍କର ନାୟକ ନାମକ ଜଣେ ଯୁବକଙ୍କ ମୋବାଇଲ୍ ଝାମ୍ପି ନେଇଥିଲେ। ଏନେଇ ଭବାନୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଲୁଟ୍‌ ମୋବାଇଲକୁ ଟ୍ରାକିଂ କରୁଥିଲା। କିଛି ଦିନ ପରେ ଫୋନ୍‌ଟି ଅନ୍‌ ହେବା ପରେ ପୁଲିସ୍‌ ଲୋକେସନ୍‌ ଟ୍ରାକ୍‌ କରି ତା’ ନିକଟରେ ପହଞ୍ଚି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe