ପିଏମ୍‌ଜି କାର୍ଯ୍ୟାଳୟରେ ଆଧୁନିକ ଡାକଟିକଟ ଘର : ଡାକଟିକେଟ୍‌ ସଂଗ୍ରାହକ ଓ ସାଧାରଣ ଜନତାଙ୍କ ପାଇଁ ଦେବ ନୂଆ ଅନୁଭବ

ପିଏମ୍‌ଜି କାର୍ଯ୍ୟାଳୟରେ ଆଧୁନିକ ଡାକଟିକଟ ଘର : ଡାକଟିକେଟ୍‌ ସଂଗ୍ରାହକ ଓ ସାଧାରଣ ଜନତାଙ୍କ ପାଇଁ ଦେବ ନୂଆ ଅନୁଭବ

ଭୁବନେଶ୍ୱର : ପୋଷ୍ଟ ମାଷ୍ଟର ଜେନେରାଲ, ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟରେ ଆଧୁନିକୀକରଣ ହୋଇଥିବା ଡାକଟିକଟ ଘର ଆଜି ପୋଷ୍ଟାଲ ରିକ୍ରିଏସନ୍‌ କ୍ଲବ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ମହା ଡାକପାଳ ସନ୍ତୋଷ କୁମାର କାମିଲାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜସ୍ୱ ପର୍ଷଦ ସଭ୍ୟ ଜିଭିଭି ଶର୍ମା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସକ ଡିଏନ୍‌ ପାଢ଼ୀ, ବ୍ରହ୍ମପୁର ଆଞ୍ଚଳିକ ମହାଡାକପାଳ କୋ. କାନହାର, ସମ୍ବଲପୁର ଆଞ୍ଚଳିକ ମହାଡାକପାଳ ଏଲ୍‌. ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଅତିଥିମାନଙ୍କ ଦ୍ୱାରା ‘ଓଡ଼ିଶାରେ ଡାକ ସେବାର କ୍ରମବିକାଶ’ ଓ ‘ଡାକଟିକଟର ସଂଗ୍ରହ ଓ ଅଧ୍ୟୟନରେ ଓଡ଼ିଶା’ ଉପରେ ଦୁଇଟି ବୃହତ୍‌ ଚିତ୍ର ଉନ୍ମୋଚିତ ହୋଇଥିଲା।

ଉଦ୍‌ଘାଟିତ ହୋଇଥିବା ଡାକଟିକଟ ଘରେ ସାଧାରଣ ଜନତାଙ୍କ ପାଇଁ ଅନେକ ସୁବିଧା ରଖାଯାଇଛି। ଏଠାରେ ସୁନ୍ଦର ଓ ସ୍ୱଚ୍ଛ ପରିବେଶ ସହିତ ଗ୍ରାହକଙ୍କ ପାଇଁ ବସିବାର ସୁବିଧା କରାଯାଇଛି। ମୋ ଷ୍ଟାମ୍ପ ବିଭାଗ ଓ ନୂତନ ଭାବେ ପ୍ରଣୟନ କରାଯାଇଥିବା ଡାକଟିକଟ କ୍ଷୁଦ୍ରାକାର ପୁସ୍ତକରେ ପ୍ରଦର୍ଶନ କରାଯାଉଛି। ଗ୍ରାହକମାନଙ୍କ ପାଇଁ ସୂଚନା କେନ୍ଦ୍ରର ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଓଡ଼ିଶା ଡାକ ମଣ୍ଡଳ ପକ୍ଷରୁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସାଧାରଣ ଜନତା ଭଲ ଭାବେ ଜାଣିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe