ସ୍ବସ୍ତି ଗ୍ରାଣ୍ଡରେ ମୁଗଲାଇ ଫୁଡ୍‌ ଫେଷ୍ଟିଭାଲ୍‌

Advertisment
ସ୍ବସ୍ତି ଗ୍ରାଣ୍ଡରେ ମୁଗଲାଇ ଫୁଡ୍‌ ଫେଷ୍ଟିଭାଲ୍‌

ଭୁବନେଶ୍ବର: ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ହୋଟେଲ ସ୍ବସ୍ତି ଗ୍ରାଣ୍ଡରେ ଆଜିଠୁ ମୁଗଲାଇ ଫୁଡ୍‌ ଫେଷ୍ଟିଭାଲ୍‌ ଆରମ୍ଭ ହୋଇଛି। ଭଳିକିଭଳି ରାଜକୀୟ ଖାଦ୍ୟ ଏଠାରେ ପରଷି ଦିଆଯାଉଛି। ନବାବୀ ପନିର୍‌, ମୁଗଲାଇ ଦମ୍‌ ଆଳୁ, ଚିକେନ୍‌ ଚାମ୍ପ, ମଟନ୍‌ ରିଜାଲା, ସେର୍‌ କୁର୍ମା, ସାହି ଟୁକୁଡା, ମଟନ୍‌ ଗାଲୋଟି, ଟିଲ୍‌ ଟିଲା ଝିଙ୍କା, ଭୁନା ପନିର୍‌ ଟିକା, ରୁମାଲି ରୁଟି, ସିରମାଲ୍‌, ପ‌ଲଉ, ମଟନ୍‌ ଗୋବି ଭୁରି ବିରିଆନି ଆଦି ଖାଦ୍ୟର ବ୍ୟବସ୍ଥା କରାଯାଇଛି। ଗ୍ରାହକଙ୍କ ପାଇଁ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ଏହି ଫେଷ୍ଟିଭାଲ୍‌ ଚାଲିବ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀ‌ରେ ହୋଟେଲର ଜେନେରାଲ ମ୍ୟାନେଜର୍‌ ସନ୍ତୋଷ ମିଶ୍ର କହିଛନ୍ତି।

ଶ୍ରୀ ମିଶ୍ର କହିଛନ୍ତି ଯେ ଗ୍ରାହକଙ୍କ ଖାଦ୍ୟ ଆଗ୍ରହକୁ ନଜରରେ ରଖି ସ୍ବସ୍ତି ଗ୍ରୁପ୍‌ ସବୁବେଳେ ଅଲଗା ଅଲଗା ଭେରାଇଟି ପରଷି ଦେଇଛି। ଏଥର ମୁଗଲାଇ ଫୁଡ୍‌ ଫେଷ୍ଟିଭାଲ୍‌ କରାଯାଇଛି। ଓଡ଼ିଶାର ଦକ୍ଷ ସେଫ୍‌ମାନେ ଉତ୍ତର ଭାରତରେ ପ୍ରଚଳିତ ଏହି ଖାଦ୍ୟ ପ୍ରସ୍ତୁତ ଉପରେ ତାଲିମ ନେବା ପରେ ଏଠାରେ ପ୍ରସ୍ତୁତ କରୁଛନ୍ତି। ସାମ୍ବାଦିକ ସମ୍ମିଳନୀରେ ହୋଟେଲର ଏଫ୍‌ ଆଣ୍ଡ ବି ମ୍ୟାନେଜର ବିକାଶ, ଆସିଷ୍ଟାଣ୍ଟ ଏଫ୍‌ ଆଣ୍ଡ ବି ମ୍ୟାନେଜର ସୁମନ୍ତ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe