ଭୁବନେଶ୍ବର: ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର କମ୍ ରହିଛି। ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ବିରଧି ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ ରହିଛି। ରାଜ୍ୟରେ ଏହି ହାର ଲଜ୍ଜାଜନକ ସ୍ଥିତିରେ ଅଛି।
୨୪ ବର୍ଷ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଯାହାଙ୍କ ପାଖରେ ଗୃହ ବିଭାଗ ଥିଲା ସେ ଏହି କଥାକୁ ଜାଣି ପାରୁ ନ ଥିଲେ, କିନ୍ତୁ ସବୁଠି ମହିଳା ସଶକ୍ତି କାରଣ କଥା କହୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଏନଏସ ଜାଗୃତିକରଣ କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବ ସରକାର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି।
ଏହାକୁ ତ୍ୱରିତ ପ୍ରକ୍ରିୟାରେ ବୃଦ୍ଧି କରାଯିବ ଆମ ସରକାରରେ ଆମେ ଏହାକୁ ଗୁରୁତର ସହ ବିଚାରକୁ ନେଉଛୁ, ଲଜ୍ଜାଜନକ ପରିସ୍ଥିତି ପାଇଁ ଦୁଇଟି କାରଣ ରହିଛି।
ପ୍ରଥମଟି ହେଉଛି ଖାମଖିଆଲି ଢଙ୍ଗରେ ତଦନ୍ତ କରିବା ଆଉ ଯଦି ପୁଣି ଚାପ ପଡିଲା ତାହେଲେ ମାମଲା ହେବ ନାହିଁ। ସେହିପରି ଦ୍ବିତୀୟଟି ହେଉଛି ରାଜନୈତିକ ଇଛା ଶକ୍ତିର ଅଭାବ। ଅନ୍ୟ ରାଜ୍ୟ ଗୁଡିକରେ ଦଣ୍ଡ ବିଧାନ ହାର ଅଧିକ ରହୁଥିବା ବେଳେ ଓଡ଼ିଶାରେ ଅତି କମ୍ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ବିମାନ ବାତିଲ: ଧାରଣାରେ ବସିଲେ ଯାତ୍ରୀ
ପୂର୍ବ ସରକାର କେବଳ ମହିଳା ସଶକ୍ତିକରଣ ଉପରେ ଡିଣ୍ଡିମ ପିଟୁ ଥିଲେ। ଏବେ ଏସବୁ ଆଉ ଚାଲିବ ନାହିଁ। ବିଧାନସଭାରେ କହିଥିଲି। ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ମଧ୍ୟ କହିଥିଲି। ମହିଳା ବିରୋଧୀ ଅପରାଧ ଜଡିତ ସବୁ ମାମଲାକୁ ବିଚାର କରି ଦଣ୍ଡ ବିଧାନ ପାଇଁ ନିର୍ଦ୍ଦେଶ ଦେଇଥିଲି। ଏହା ସହ ଏକ୍ସଟ୍ରା ଅର୍ଡିନାରି ପଦକ୍ଷେପ ନେବାକୁ ହେବ, ଆବଶ୍ୟକ ହେଲେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରି କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ହଷ୍ଟେଲ ରୁମରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
Follow Us