ଭୁବନେଶ୍ବର: ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର କମ୍ ରହିଛି। ଏନସିଆରବି ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ବିରଧି ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ ରହିଛି। ରାଜ୍ୟରେ ଏହି ହାର ଲଜ୍ଜାଜନକ ସ୍ଥିତିରେ ଅଛି।
ଅଧିକ ପଢ଼ନ୍ତୁ: ବିମାନ ବାତିଲ: ଧାରଣାରେ ବସିଲେ ଯାତ୍ରୀ
ପୂର୍ବ ସରକାର କେବଳ ମହିଳା ସଶକ୍ତିକରଣ ଉପରେ ଡିଣ୍ଡିମ ପିଟୁ ଥିଲେ। ଏବେ ଏସବୁ ଆଉ ଚାଲିବ ନାହିଁ। ବିଧାନସଭାରେ କହିଥିଲି। ଜିଲ୍ଲାପାଳ ଏବଂ ଏସପିମାନଙ୍କୁ ମଧ୍ୟ କହିଥିଲି। ମହିଳା ବିରୋଧୀ ଅପରାଧ ଜଡିତ ସବୁ ମାମଲାକୁ ବିଚାର କରି ଦଣ୍ଡ ବିଧାନ ପାଇଁ ନିର୍ଦ୍ଦେଶ ଦେଇଥିଲି। ଏହା ସହ ଏକ୍ସଟ୍ରା ଅର୍ଡିନାରି ପଦକ୍ଷେପ ନେବାକୁ ହେବ, ଆବଶ୍ୟକ ହେଲେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରି କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଅଧିକ ପଢ଼ନ୍ତୁ: ହଷ୍ଟେଲ ରୁମରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ
Follow Us