ଗୁଡ଼ି ପାଇଁ ଛାତ ଡେଇଁଥିଲି : ଶ୍ରୀତମ

Advertisment

ଅଭୁଲା ଚଗଲା ଦିନ

ଅଭୁଲା ଚଗଲା ଦିନ

ଗୁଡ଼ି ପାଇଁ ଛାତ ଡେଇଁଥିଲି : ଶ୍ରୀତମ

କଟକରେ ଗୁଡ଼ି ଉଡ଼େଇବା ଆଉ ଧରିବାର ପ୍ରତିଯୋଗିତା ସବୁଠୁ ନିଆରା। ପିଲାବେଳେ ଗୁଡ଼ି ଧରିବାକୁ ଆମେ ଭାରି ଗର୍ବର କାମ ବୋଲି ମାନୁଥିଲୁ। ଥରେ ଗୋଟେ ଉଡ଼ି ଯାଇଥିବା ଗୁଡ଼ିକୁ ଧରିବା ପାଇଁ ମୁଁ ଆମ ତିନି ମହଲା ଡିଆଁ ମାରିଥିଲି। ଆମ ଛାତରୁ ଆଉ ଗୋଟିଏ ଦୁଇମହଲା ଘର ଛାତକୁ ଡେଇଁ ପୁଣି ସେଠୁ ଆଉ ଗୋଟିଏ ଘରର ଏକ ମହଲା ଛାତକୁ ଡେଇଁ ସେଠି ଉଡ଼ୁଥିବା ଗୁଡ଼ିକୁ ନେଇ ଆସିଥିଲି। ଘରେ ପହଞ୍ଚିଲା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେଇ ଡେଇଁବା ସମୟରେ ମୋ ଗୋଡ଼ରେ କାଚ ପଶି ଗୋଡ଼ କଟି ଚଟାଣ ସାରା ରକ୍ତ ହେଇଯାଇଥାଏ। କିନ୍ତୁ ମତେ ଗୁଡ଼ି ଧରିବା ନିଶା ଏତେ ଲାଗିଥିଲା ଯେ କଷ୍ଟ ଜଣାପଡ଼ୁନଥାଏ। ଏଥିନେଇ ଘରେ ପ୍ରବଳ ମାଡ଼ ବି ଖାଇଥିଲି। ଆଜି ଆକାଶରେ ଗୁଡ଼ିଟିଏ ଦେଖିଲେ ମୋ’ର ସେଇ କଥା ମନେ ପଡ଼ିଯାଏ। ଆଜି ବି ମୁଁ ଗୁଡ଼ି ଉଡେଇବା ନିଶାରୁ ମୁକୁଳି ପାରିନି । ଏବେ ମୋ ଝିଅ ସହିତ ଗୁଡ଼ି ଉଡ଼ଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe