ରାତି ଗୋଟାଏ ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ନିଷ୍ପତ୍ତିକୁ ନାପସନ୍ଦ

Advertisment

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ

ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ

ରାତି ଗୋଟାଏ ପର୍ଯ୍ୟନ୍ତ ମଦ ଦୋକାନ ଖୋଲା ନିଷ୍ପତ୍ତିକୁ ନାପସନ୍ଦ

ଭୁବନେଶ୍ୱର : ଜିରୋ ନାଇଟ ସେଲିବ୍ରେସନ ଅବସରରେ କଟକ, ଭୁବନେଶ୍ୱର ଓ ପୁରୀରେ ରାତି ଗୋଟାଏ ପର୍ଯ୍ୟନ୍ତ ବାର୍‌ ଏବଂ ଠିପି ଖୋଲା ମଦ ଦୋକାନ ଖୋଲା ରହିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା) ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକଠାରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ସଂଗଠନ ପକ୍ଷରୁ ମଳୟ ତ୍ରିପାଠୀ ନିନ୍ଦା କରି କହିଛନ୍ତି, ଖ୍ରୀଷ୍ଟୀୟ ନୂଆ ବର୍ଷ ପାଳନ ଅବସରରେ ଅଧିକରୁ ଅଧିକ ମଦ ବିକ୍ରି କରିବା ଲାଗି ସରକାରଙ୍କର ଏହି ନିଷ୍ପତ୍ତି ଅତ୍ୟନ୍ତ ନିନ୍ଦନୀୟ। ଏହା ଦ୍ୱାରା ସରକାର ରାସ୍ତା ଦୁର୍ଘଟଣା ଓ ଦୁଷ୍କର୍ମ ଆଦିକୁ ପରୋକ୍ଷରେ ଆମନ୍ତ୍ରଣ କରୁଛନ୍ତି। କୌଣସି ଅଘଟଣ ଘଟିଲେ, ଏଥିପାଇଁ କେବଳ ସରକାର ହିଁ ଦାୟୀ ରହିବେ। ସରକାର ଗାନ୍ଧୀଜୀଙ୍କ ଅହିଂସା ନୀତିକୁ ଆପଣେଇ ତାଙ୍କର ୧୫୦ତମ ଜୟନ୍ତୀ ପାଳନ କରୁଥିବା ବେଳେ ମଦର ଏହି ପ୍ରଚାରପ୍ରସାର ନିଷ୍ପତ୍ତି ରାଜ୍ୟବାସୀଙ୍କୁ ବ୍ୟଥିତ କରିବା ସହ ସରକାରଙ୍କ ଦୋମୁହାଁ ନୀତିକୁ ଦର୍ଶାଉଛି। ଆଜିର ଏହି ବିକ୍ଷୋଭରେ ମୋନା ପକ୍ଷରୁ ପ୍ରିୟନାଥ ଆଚାର୍ଯ୍ୟ, ଖଗେଶ୍ୱର ବଳ, ମଳୟ ତ୍ରିପାଠୀ, ଅରୁଣ ସାମନ୍ତରାୟ, ସୌମ୍ୟ ମହାନ୍ତି, ଅପର୍ଣ୍ଣା ନାୟକ, ପ୍ରୀତି ନାୟକ, କନକଲତା ଭଞ୍ଜ, ଅଜୟ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe