୬୦ ହଜାର କୋଟି ଠକେଇ ମାମଲା: ସିବିଆଇର ମାରାଥନ୍‌ ଜେରା

Advertisment

ବିଚାର ବିଭାଗୀୟ ହାଜତକୁ ଯିବେ, ରିମାଣ୍ଡରେ ୨ ଓଡ଼ିଆ ବ୍ୟବସାୟୀ

ବିଚାର ବିଭାଗୀୟ ହାଜତକୁ ଯିବେ, ରିମାଣ୍ଡରେ ୨ ଓଡ଼ିଆ ବ୍ୟବସାୟୀ

ସନ୍ଦେଶଖାଲି: ଶାହଜାହାନ ଶେଖର ୩ ସହଯୋଗୀଙ୍କୁ ଗିରଫ କଲା ସିବିଆଇ

YouTube

ଭୁବନେଶ୍ବର : ଦେଶରେ ସାଢ଼େ ୫ କୋଟି ଲୋକଙ୍କ ଠାରୁ ୬୦ ହଜାର କୋଟି ଟଙ୍କା ଠକିନେବା ମାମଲାରେ ଦିଲ୍ଲୀ ପୁଲିସ ହେପାଜତରେ ଥିବା ୨ ଓଡ଼ିଆ ବ୍ୟବସାୟୀଙ୍କ ସମେତ ୮ଜଣଙ୍କୁ ଆଜି ରିମାଣ୍ଡରେ ନେଇଛି ସିବିଆଇ। ରିମାଣ୍ଡର ପ୍ରଥମ ଦିନରେ ୨ ଓଡ଼ିଆ ବ୍ୟବସାୟୀ ସୁବାସ ଅଗ୍ରୱାଲ୍‌ ଓ ରାଜେଶ ଅଗ୍ରଵାଲ୍‌ ସିବିଆଇ ଅଧିକାରୀଙ୍କ ମାରାଥନ ଜେରାର ସମ୍ମୁଖୀନ ହୋଇଛନ୍ତି। ଅର୍ଥଲଗାଣକାରୀ ସଂସ୍ଥା ମାଧ୍ୟମରେ ଲୋକଙ୍କଠାରୁ ଉଠାଇଥିବା ଟଙ୍କା କେଉଁଠି କେଉଁଠି ବିନିଯୋଗ ହୋଇଛି, ଏହି ଚିଟ୍‌ଫଣ୍ଡ ମାମଲାରେ ଆଉ କେଉଁ କେଉଁ ଘରୋଇ ସଂସ୍ଥା ଏବଂ ମାଲିକ ବା ବ୍ୟବସାୟୀଙ୍କ ସଂପୃକ୍ତି ରହିଛି, ସେନେଇ ସିବିଆଇ ପଚରାଉଚରା କରିଛି।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତମାନଙ୍କୁ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଜେରା କରାଯାଇଥିଲା। ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ସେମାନଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି ଅଭିଯୁକ୍ତମାନେ ସିବିଆଇକୁ କହି ଏହି ଠକେଇକୁ ଫାଙ୍କିଥିଲେ। ମାତ୍ର ଅର୍ଥ ନିବେଶ ସଂସ୍ଥା ପାଇଁ ସରକାରଙ୍କ ପାଖରେ ଦାଖଲ ହୋଇଥିବା କାଗଜପତ୍ର ଦେଖାଇ ପାରିନାହାନ୍ତି। ସୁବାସ ଓ ରାଜେଶଙ୍କ ସମେତ ଅନ୍ୟ ୮ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଆସନ୍ତାକାଲି ଶେଷ ହେବ। ପୁଞ୍ଜି ନିବେଶ ସଂକ୍ରାନ୍ତୀୟ ପ୍ରମାଣ ନ ଦେଖାଇ ପାରିଲେ, ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe