ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ, ଜଣେ ଗିରଫ

Advertisment
ବିଜେବି କଲେଜ ଗଣ୍ଡଗୋଳ ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

Image Courtesy of India Today

ବାଲିପାଟଣା : ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିବା ଅଭିଯୋଗରେ ଆଜି ବାଲିପାଟଣା ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲା ବାଲିପାଟଣା ଥାନା ଅନ୍ତର୍ଗତ ଆଳୋଇ ପଦ୍ମପୁର ଗ୍ରାମର ଶୁଭକାନ୍ତ ଷଡ଼ଙ୍ଗୀ (୪୪)। ଶୁଭକାନ୍ତ ଦୁଇ ବର୍ଷ ପୂର୍ବରୁ ନିମାପଡ଼ା ଅଞ୍ଚଳର ଅମୂଲ୍ୟ ସ୍ୱାଇଁଙ୍କ ଠାରୁ ୪୩ ଲକ୍ଷ ଟଙ୍କା ଆଣି ଆଉ ଫେରାଇ ନଥିଲେ। ଏନେଇ ଅମୂଲ୍ୟ ବାଲିପାଟଣା ଥାନାରେ ଅଭିଯୋଗ କରିଥିଲେ।

୨ ନିଶା ବେପାରୀ ଗିରଫ

ଭୁବନେଶ୍ବର : ଅବକାରୀ ବିଭାଗ ମୋବାଇଲ୍‌ ୟୁନିଟ୍‌ ସହିଦନଗର ଥାନା ବାଣୀବିହାର ଅଞ୍ଚଳ‌ରେ ଚଢ଼ଉ କରି କଟକ ଜିଲ୍ଲା ପୋଡ଼ାପଦା ଅଞ୍ଚଳର ଜିତେନ୍ଦ୍ର ସାହୁ ଓ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଅଞ୍ଚଳର ହିତେଶ ବେହେରାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୧୨କେଜି ଗଞ୍ଜେଇ ଓ ୬କେଜି ଭାଙ୍ଗ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe