ଚନ୍ଦ୍ରଶେଖରପୁର: ପଟିଆ ଅଞ୍ଚଳରେ ପାଗଳ ମାଙ୍କଡ଼ ଆତଙ୍କ ଦେଖାଦେଇଛି। ମାଙ୍କଡ଼ଟି ଯାହାକୁ ପାଉଛି, ତାକୁ ଗୋଡ଼େଇ ଗୋଡ଼େଇ କାମୁଡ଼ୁଛି। ଗତ ରାତିରେ ଏହି ମାଙ୍କଡ଼ କାମୁଡ଼ାରେ ୫ଜଣ ଓ ଆଜି ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥିତି ଏପରି ହୋଇଛି ଯେ ମାଙ୍କଡ଼ ଭୟରେ ଆଜି ଅଞ୍ଚଳବାସୀ ପଦାକୁ ବାହାରି ପାରି ନାହାନ୍ତି। ଅପରପକ୍ଷେ ମାଙ୍କଡ଼ଟିକୁ ଧରିବା ପାଇଁ ବାରମ୍ବାର ବନ ବିଭାଗକୁ ଖବର ଦେବା ପରେ ମଧ୍ୟ କାହାରି ଦେଖା ନ ମିଳିବାରୁ ଲୋକେ ପ୍ରତିବାଦ କରିଥିଲେ। ଉତ୍ତ୍ୟକ୍ତ ଲୋକେ ହାତରେ ଠେଙ୍ଗା ବାଡ଼ି ଧରି ମଞ୍ଚେଶ୍ୱର ଦୟାେଓ୍ଵଷ୍ଟ କେନାଲ୍ ବନ୍ଧ ମୁଖ୍ୟ ରାସ୍ତାରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ। ମଞ୍ଚେଶ୍ୱର ଥାନା ପୁଲିସ ଓ ଚନ୍ଦକା ରେଞ୍ଜ ବନବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମାଙ୍କଡ଼ଟିକୁ ଧରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଧରା ପଡ଼ିନଥିଲା। ଆସନ୍ତାକାଲି ମାଙ୍କଡ଼କୁ ଟ୍ରାଙ୍କୁଲାଇଜ୍ କରାଯାଇ ଧରାଯିବ ବୋଲି ବନ ବିଭାଗ କହିଛି।
ମାଙ୍କଡ଼ କାମୁଡ଼ାରେ ୩୦ ଆହତ
Advertisment
Follow Us