Advertisment

ଚଣାହଟ୍ଟାରେ ମାଙ୍କଡ଼ ଆତଙ୍କ

Advertisment
ଚଣାହଟ୍ଟାରେ ମାଙ୍କଡ଼ ଆତଙ୍କ

Freepik

ବାଲିପାଟଣା: କିଛି ଦିନର ବ୍ୟବଧାନ ପରେ ପୁଣି ସ୍ଥାନୀୟ ଅଞ୍ଚଳରେ ମାଙ୍କଡ଼ ଆତଙ୍କ ଖେଳିଯାଇଛି। ବାଗଲପୁର ପରେ ଏବେ ଚଣାହଟ୍ଟାରେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ଉନ୍ମାଦ ମାଙ୍କଡ଼ ଲୋକଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ୁଥିବା ଜଣାପଡ଼ିଛି। ଗତ ୪ ଦିନ ଭିତରେ ୫ ଜଣ ମାଙ୍କଡ଼ କାମୁଡ଼ାରେ ଗୁରୁତର ହୋଇଥିବା ଜଣାପଡ଼ିଛି। ତେଣୁ ଭୟରେ କେହି ଏକୁଟିଆ ଯା’ଆସ କରିବା ଦେଖାଯାଉନାହିଁ। ଏମିତିକି ଛାତ୍ରଛାତ୍ରୀମାନେ ସ୍କୁଲ୍‌ କଲେଜ ଯିବାକୁ ଭୟ କରୁଥିବା କହିଛନ୍ତି। ତୁରନ୍ତ ବନ ବିଭାଗ ମାଙ୍କଡ଼ଙ୍କୁ ତଡ଼ିବାକୁ ଦାବି ହେଉଛି।

ଆଜି ସକାଳୁ କୁଳନ୍ତିରାଶାସନର ପ୍ରସନ୍ନ କୁମାର ପଣ୍ଡା ଏକ ଦୋକାନ ସାମ୍ନାରେ ଠିଆ ହୋଇଥିବା ବେଳେ ହଠାତ୍‌ ମାଙ୍କଡ଼ଟି ତାଙ୍କ ପାଖକୁ ମାଡ଼ି ଆସିଥିଲା। ସେ ଭୟରେ ଦୌଡ଼ୁଥିବା ବେଳେ ମାଙ୍କଡ଼ଠି ଗୋଡ଼େଇ ଗୋଡ଼େଇ ତାଙ୍କ ଗୋଡ଼କୁ କାମୁଡ଼ି ପକାଇଥିଲା। ସେହିପରି ମଧ୍ୟାହ୍ନରେ କୁଳନ୍ତିରା ଗ୍ରାମର ସୁଦର୍ଶନ ମହାରଣା ମାଙ୍କଡ଼ କାମୁଡ଼ାରେ ଲହୁଲୁହାଣ ହୋଇଛନ୍ତି। ଦୁଇ ଦିନ ପୂର୍ବେ ସ୍ଥାନୀୟ ଅଞ୍ଚଳର ସସ୍ମିତା ଦାସ, ବିଜୟ ଭୋଇ ଓ ଧାନହରାର ସୁଜିତ ବାରିକ ମାଙ୍କଡ଼ କାମୁଡ଼ାରେ ଗୁରୁତର ହୋଇଥିଲେ। ବାଲିପାଟଣା ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାନ୍ତିଙ୍କ ସୂଚନାନୁସାରେ କାମୁଡ଼ୁଥିବା ମାଙ୍କଡ଼କୁ ଚିହ୍ନଟ କରି ଖୁବ୍‌ ଶୀଘ୍ର କାବୁ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe