ଖଣ୍ଡଗିରି ପାହାଡ଼ରୁ ମାଙ୍କଡ଼ ଗାଏବ: ଖାଦ୍ୟାଭାବ ଉତ୍କଟ, ଚନ୍ଦକାମୁହାଁ ମାଙ୍କଡ଼ପଲ, ଉଠାଦୋକାନୀଙ୍କ ବେପାର ମାନ୍ଦା

Advertisment

ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଉପରେ ମାଙ୍କଡ଼ ଦେଖିବାକୁ ମିଳୁନାହାନ୍ତି। ଦିନତମାମ ମାଙ୍କଡ଼ଙ୍କ କୋଳାହଳରେ କମ୍ପି ଉଠୁଥିବା ଖଣ୍ଡଗିରି ପରିବେଶ ଏବେ ନିରବି ଯାଇଛି। ହଜାର ହଜାର ସଂଖ୍ୟାରେ ପାତି ଓ ହନୁମାଙ୍କଡ଼ ପଲ କୁଆଡ଼େ ଗଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଉପରେ ମାଙ୍କଡ଼ ଦେଖିବାକୁ ମିଳୁନାହାନ୍ତି। ଦିନତମାମ ମାଙ୍କଡ଼ଙ୍କ କୋଳାହଳରେ କମ୍ପି ଉଠୁଥିବା ଖଣ୍ଡଗିରି ପରିବେଶ ଏବେ ନିରବି ଯାଇଛି। ହଜାର ହଜାର ସଂଖ୍ୟାରେ ପାତି ଓ ହନୁମାଙ୍କଡ଼ ପଲ କୁଆଡ଼େ ଗଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

aadzxzx

ଖଣ୍ତଗିରି: ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଉପରେ ମାଙ୍କଡ଼ ଦେଖିବାକୁ ମିଳୁନାହାନ୍ତି। ଦିନତମାମ ମାଙ୍କଡ଼ଙ୍କ କୋଳାହଳରେ କମ୍ପି ଉଠୁଥିବା ଖଣ୍ଡଗିରି ପରିବେଶ ଏବେ ନିରବି ଯାଇଛି। ହଜାର ହଜାର ସଂଖ୍ୟାରେ ପାତି ଓ ହନୁମାଙ୍କଡ଼ ପଲ କୁଆଡ଼େ ଗଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଏ କହୁଛି ଦିନରେ ପ୍ରଚଣ୍ଡ ଖରା ଯୋଗୁ ମାଙ୍କଡ଼ ଦେଖିବାକୁ ମିଳୁନାହାନ୍ତି ତ ଆଉ କିଏ କହୁଛି ଖାଦ୍ୟାଭାବରୁ ମାଙ୍କଡ଼ ସବୁ ଚନ୍ଦକାମୁହାଁ ହୋଇଛନ୍ତି। ସେହିପରି ଖଣ୍ଡଗିରି ଅଞ୍ଚଳରୁ ଗଛ କମିବା ଦ୍ବାରା ଏଭଳି ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି ହୋଇଥିବା କିଛି ପରିବେଶବିତ୍ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଖଣ୍ଡଗିରି ପାହାଡ଼ ପାଦଦେଶ ଓ ଜଙ୍ଗଲ, ଉଦୟଗିରି, ପାନ୍ଥିକା ଆଦି ଅଞ୍ଚଳରେ ହଜାର ହଜାର ମାଙ୍କଡ଼ ବାସ କରନ୍ତି। ଦିନତମାମ ପର୍ଯ୍ୟଟକଙ୍କଠାରୁ ଖାଦ୍ୟଖାଇ ଗଛଡାଳକୁ ଡେଇଁଡେଇଁ ଖେଳିଥାନ୍ତି। ଏମିତିକି ପର୍ଯ୍ୟଟକଙ୍କ ଉପରେ ଚଢ଼ି ବାଦାମ, କଦଳୀ ଆଦି ଖାଇଥାନ୍ତି। ସେହିପରି ପିକ୍‌ନିକ୍‌ରେ ଆସିଥିବା ସ୍କୁଲ କଲେଜ ପିଲାଙ୍କ ମନୋରଞ୍ଜନର ଖୋରାକ ପାଲଟିଥାନ୍ତି ମାଙ୍କଡ଼। ବର୍ତ୍ତମାନ ଖଣ୍ଡଗିରିରେ ପର୍ଯ୍ୟଟକଙ୍କ ସଂଖ୍ୟା କମିଥିଲା ବେଳେ ମାଙ୍କଡ଼ମାନେ ଖାଦ୍ୟ ନପାଇ ଅନ୍ୟତ୍ର ଚାଲିଯାଉଛନ୍ତି।

ଏଠାରେ କାର୍ଯ୍ୟରତ ଜଣେ ସୁରକ୍ଷା କର୍ମୀଙ୍କ କହିବା ମୁତାବକ, ମାଙ୍କଡ଼ ସକାଳ ସମୟରେ ଦେଖାଯାଉଛନ୍ତି। ତେବେ ଦିନବେଳା ଖରା ଯୋଗୁ ମାଙ୍କଡ଼ମାନେ ଏଠାରୁ ଚାଲିଯାଉଛନ୍ତି। ଖଣ୍ଡଗିରି ପରିସରକୁ ଆବର୍ଜନାମୁକ୍ତ କରିବା ଉଦ୍ଦେଶ୍ୟରେ ବର୍ଷେ ହେଲା ଭିତରକୁ ଖାଦ୍ୟ ନେବା ଲାଗି ବାରଣ କରାଯାଇଛି। ସେହିପରି ଫାଟକ ସମ୍ମୁଖରେ ବାରମ୍ବାର ଅଳିଆ ଜମିବା କାରଣରୁ ଏଠାରେ ମାଙ୍କଡ଼କୁ ଖାଦ୍ୟ ଦେବାକୁ ମନା କରାଯାଇଛି ବୋଲି ସେ କହିଛନ୍ତି। ସେହିପରି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପାହାଡ଼ ଉପରେ ପାଣି ନପାଇ ମାଙ୍କଡ଼ପଲ ବିଭିନ୍ନ କଲୋନିରେ ପଶି ଉତ୍ପାତ କରୁଛନ୍ତି। ପଶ୍ଚିମବଙ୍ଗରୁ ନିଜ ପରିବାର ସହିତ ଖଣ୍ଡଗିରି ଓ ଉଦୟଗିରି ବୁଲିଆସିଥିବା ସୋମ ରାୟ କୁହନ୍ତି, ତିନି ବର୍ଷ ତଳେ ଖଣ୍ଡଗିରି ବୁଲି ଆସିଥିଲି। ସେତେବେଳେ ପ୍ରବଳ ମାତ୍ରାରେ ମାଙ୍କଡ଼ ଥିଲେ।

ମାତ୍ର ଏବେ ଗୋଟିଏ ବି ମାଙ୍କଡ଼ ଦେଖିବାକୁ ମିଳୁନାହାନ୍ତି। ଖଣ୍ଡଗିରି ଫାଟକ ନିକଟରେ କଦଳୀ ଓ ଚିନାବାଦାମ ବିକ୍ରି କରୁଥିବା ଜଣେଉଠାଦୋକାନୀ କହିଛନ୍ତି, ଏଠାରେ ମାଙ୍କଡ଼ଙ୍କୁ ଖାଇବାକୁ ଦେବାକୁ ମନା କରାଯାଇଛି। ଲୋକେ ଆସି ବାଦାମ, କଦଳୀ, ମକା କିଣି ମାଙ୍କଡ଼ଙ୍କୁ ଖାଇବାକୁ ଦେଉଥିଲେ ବୋଲି ଦୁଇପଇସା ମିଳୁଥିଲା। ଏବେ ଏସବୁ ବନ୍ଦ ହେବା ଫଳରେ ବେପାର ମାନ୍ଦା ଚାଲିଛି ବୋଲି ଦୁଃଖର ସହିତ କହିଛନ୍ତି। ବିଶିଷ୍ଟ ଐତିହ୍ୟ ଗବେଷକ ଅନୀଲ ଧୀର କୁହନ୍ତି, ବିଭିନ୍ନ ସମୟରେ ମାଙ୍କଡ଼ମାନେ ହିଂସ୍ର ହୋଇ ପର୍ଯ୍ୟଟକଙ୍କୁ କାମୁଡ଼ିବାର ଆଶଙ୍କା ରହୁଛି। ଖରାଦିନେ ଚନ୍ଦକା ଅଭୟାରଣ୍ୟରେ ହାତୀମାନଙ୍କ ଲାଗି ପାଣିର ବ୍ୟବସ୍ଥା ହୋଇଥାଏ। ଏଣୁ ଜଙ୍ଗଲରେ ପ୍ରଚୁର ଖାଦ୍ୟ ଓ ପାଣି ଯୋଗୁ ମାଙ୍କଡ଼ମାନେ ଚନ୍ଦକାକୁ ଚାଲିଯାଇ ଥାଇପାରନ୍ତି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe