ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରାଳୟର ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୧୬କୁ ଏଣିକି କଡ଼ାକଡ଼ି କରାଯିବ। ନିୟମ ପ୍ରଚଳନ ଓ ତାହାକୁ କଡ଼ାକଡ଼ି ଭାବେ ଲାଗୁ କରିବା ଲାଗି ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଯଦି କୌଣସି ବ୍ୟବସାୟୀ ନିୟମକୁ ଉଲ୍ଲଂଘନ କରନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ୫୦ ମାଇକ୍ରନ୍ କମ୍ ମୋଟେଇର ପଲିଥିନ୍ କିମ୍ବା ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ୍ ବ୍ୟବହାର ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ଏଥିରେ ଉଲ୍ଲେଖ ହୋଇଛି। ଏଥିସହ ପଲିଥିନ୍ ବ୍ୟବହାର କରୁଥିବା ଦୋକାନିଙ୍କୁ ଏଣିକି ମାସିକ ୪ହଜାର ଟଙ୍କା ଏବଂ ବାର୍ଷିକ ୪୮ ହଜାର ଟଙ୍କା ପଞ୍ଜିକରଣ ଶୁଳ୍କ ଦେବାକୁ ପଡ଼ିବ। ସରକାରଙ୍କ ଆଇନ ଅନୁସାରେ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାରକୁ ନିୟନ୍ତ୍ରଣ କରି ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ଏହା କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ନିୟମ ଅନୁଯାୟୀ ପ୍ରସ୍ତୁତ ହୋଇ ନଥିବା କୌଣସି ପ୍ରକାରର ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ୍ କିମ୍ବା ସିଟ୍ର ବ୍ୟବହାର କରି ଗ୍ରାହକଙ୍କୁ ଦେବା, ଏହା ବିକ୍ରୟ ପାଇଁ ସମସ୍ତ ଦୋକାନୀ ଓ ରାସ୍ତାକଡ଼ ବ୍ୟବସାୟୀଙ୍କୁ ବାରଣ କରାଯାଇଛି। ଯେଉଁ ଦୋକାନୀ/ରାସ୍ତାକଡ଼ ବ୍ୟବସାୟୀ ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ୍/ପଲିଥିନ୍ରେ ଗ୍ରାହକଙ୍କୁ ସାମଗ୍ରୀ ଦେବାକୁ ଆଗ୍ରହ କରିବେ, ସେମାନଙ୍କୁ ବିଏମ୍ସିରେ ପଞ୍ଜିକରଣ କରାଇବାକୁ ପଡ଼ିବ। ତେଣୁ ଇଚ୍ଛୁକ ଦୋକାନୀ//sambad/media/post_attachments/wp-content/uploads/2018/01/polythene-bag-300x169.jpg) ରାସ୍ତାକଡ଼ ବ୍ୟବସାୟୀଙ୍କୁ ଏଥିପାଇଁ ନିର୍ଧାରିତ ଫର୍ମ ଅନ୍ଲାଇନ୍ରେ ପୂରଣ କରି, ପଞ୍ଜିକରଣ ଦେୟ ମାସକୁ ୪ ହଜାର ଓ ବାର୍ଷିକ ୪୮ ହଜାର ଟଙ୍କା ଅନ୍ଲାଇନ୍(କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ଇଣ୍ଟର୍ନେଟ୍ ବ୍ୟାଙ୍କିଙ୍ଗ୍) ମାଧ୍ୟମରେ ବିଏମ୍ସି ନିକଟରେ ୩୦ ଜାନୁଆରି ସୁଦ୍ଧା ଆବେଦନ କରିବାକୁ ହେବ। ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ୍ ବ୍ୟବହାର ପଞ୍ଜିକରଣ ନିମନ୍ତେ ଆବଶ୍ୟକ ଷ୍ଟାଣ୍ଡାର୍ଡ ଅପରେଟି ବ୍ୟବସ୍ଥା ବିଏମ୍ସି ୱେବ୍ସାଇଟ୍ରୁ ମିଳିପାରିବ। ବ୍ୟବହୃତ ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ୍ ବା ପ୍ଲାଷ୍ଟିକ୍ ସିଟ୍ର ମୋଟେଇ ୫୦ ମାଇକ୍ରନ୍ରୁ କମ୍ ହୋଇ ନ ଥିବା ଆବଶ୍ୟକ। ଦୋକାନୀ ଏବଂ ରାସ୍ତାକଡ଼ ବ୍ୟବସାୟୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଫର୍ମ ବିଏମ୍ସିର ୱେବ୍ସାଇଟ୍ରେ ଉପଲବ୍ଧ ହେବ। ନିର୍ଧାରିତ ସମୟ ସୀମା ତଥା ୨୦ ଫେବ୍ରୁଆରି ସୁଦ୍ଧା ଯଦି ସଠିକ ପ୍ରକ୍ରିୟାରେ ଆବେଦନ ନକରନ୍ତି ତେବେ ଆଇନ ଅନୁସାରେ ଉପଯୁକ୍ତ ଜରିମାନା ଆଦାୟ କରାଯିବ। ସଂପୃକ୍ତ ବ୍ୟବସାୟୀଙ୍କ ଟ୍ରେଡ୍ ଲାଇସେନ୍ସ୍ ରଦ୍ଦ କରାଯିବା ଦିଗରେ ପଦକ୍ଷେପ ନିଆଯାଇପାରେ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
ରାସ୍ତାକଡ଼ ବ୍ୟବସାୟୀଙ୍କୁ ଏଥିପାଇଁ ନିର୍ଧାରିତ ଫର୍ମ ଅନ୍ଲାଇନ୍ରେ ପୂରଣ କରି, ପଞ୍ଜିକରଣ ଦେୟ ମାସକୁ ୪ ହଜାର ଓ ବାର୍ଷିକ ୪୮ ହଜାର ଟଙ୍କା ଅନ୍ଲାଇନ୍(କ୍ରେଡିଟ୍ କାର୍ଡ, ଡେବିଟ୍ କାର୍ଡ, ଇଣ୍ଟର୍ନେଟ୍ ବ୍ୟାଙ୍କିଙ୍ଗ୍) ମାଧ୍ୟମରେ ବିଏମ୍ସି ନିକଟରେ ୩୦ ଜାନୁଆରି ସୁଦ୍ଧା ଆବେଦନ କରିବାକୁ ହେବ। ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ୍ ବ୍ୟବହାର ପଞ୍ଜିକରଣ ନିମନ୍ତେ ଆବଶ୍ୟକ ଷ୍ଟାଣ୍ଡାର୍ଡ ଅପରେଟି ବ୍ୟବସ୍ଥା ବିଏମ୍ସି ୱେବ୍ସାଇଟ୍ରୁ ମିଳିପାରିବ। ବ୍ୟବହୃତ ପ୍ଲାଷ୍ଟିକ୍ କ୍ୟାରିବ୍ୟାଗ୍ ବା ପ୍ଲାଷ୍ଟିକ୍ ସିଟ୍ର ମୋଟେଇ ୫୦ ମାଇକ୍ରନ୍ରୁ କମ୍ ହୋଇ ନ ଥିବା ଆବଶ୍ୟକ। ଦୋକାନୀ ଏବଂ ରାସ୍ତାକଡ଼ ବ୍ୟବସାୟୀଙ୍କ ନିମନ୍ତେ ଉଦ୍ଦିଷ୍ଟ ଫର୍ମ ବିଏମ୍ସିର ୱେବ୍ସାଇଟ୍ରେ ଉପଲବ୍ଧ ହେବ। ନିର୍ଧାରିତ ସମୟ ସୀମା ତଥା ୨୦ ଫେବ୍ରୁଆରି ସୁଦ୍ଧା ଯଦି ସଠିକ ପ୍ରକ୍ରିୟାରେ ଆବେଦନ ନକରନ୍ତି ତେବେ ଆଇନ ଅନୁସାରେ ଉପଯୁକ୍ତ ଜରିମାନା ଆଦାୟ କରାଯିବ। ସଂପୃକ୍ତ ବ୍ୟବସାୟୀଙ୍କ ଟ୍ରେଡ୍ ଲାଇସେନ୍ସ୍ ରଦ୍ଦ କରାଯିବା ଦିଗରେ ପଦକ୍ଷେପ ନିଆଯାଇପାରେ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    /sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/post_attachments/wp-content/uploads/2018/01/polyrhene-bag.jpg)