ଐତିହ୍ୟ ବିଜ୍ଞାପନ ବୋର୍ଡ ପାଇଁ ମାସେ ମହଲତ

Advertisment
ଐତିହ୍ୟ ବିଜ୍ଞାପନ ବୋର୍ଡ ପାଇଁ ମାସେ ମହଲତ

ଭୁବନେଶ୍ବର : ଐତିହ୍ୟ ଜିଲ୍ଲା ଭୁବନେଶ୍ବରରେ ଥିବା ବ୍ୟାବସାୟିକ/ଦୋକାନଗୁଡ଼ିକୁ ସେମାନଙ୍କର ନୂଆ ବିଜ୍ଞାପନ ବୋର୍ଡ ଲଗାଇବାକୁ ୧ ମାସ ମହଲତ ଦେଇଛି ବିଡିଏ। ଯେଉଁ ବ୍ୟକ୍ତିବିଶେଷ/ଅନୁଷ୍ଠାନ ଏହି ନିର୍ଦେଶନାମା ଅନୁପାଳନ କରିବାରେ ବିଫଳ ହେବେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଏକାମ୍ର କ୍ଷେତ୍ରର ଐତିହ୍ୟ ସୁରକ୍ଷା ପାଇଁ ଭୁବନେଶ୍ବର ଉନ୍ନୟନ କର୍ତୃପକ୍ଷଙ୍କ ପକ୍ଷରୁ ଗତବର୍ଷ ସେପ୍ଟେମ୍ବର ମାସରେ ବିଜ୍ଞାପନ ଫଳକ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ମାଉସୀ ମା’ ଛକଠାରୁ ବଢ଼େଇବାଙ୍କ ଛକ(ରଥ ରୋଡ୍‌)ର ଉଭୟ ପାର୍ଶ୍ବରେ ଥିବା ଦୋକାନଗୃହ ମାଲିକ, ବ୍ୟାଙ୍କ ଓ ଅନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ସେମାନଙ୍କର ଦୋକାନଗୃହ ବିଜ୍ଞାପନ ବୋର୍ଡରେ ପରିବର୍ତନ କରିବା ଲାଗି କୁହାଯାଇଥିଲା। ଏଥିରେ ନିର୍ଧାରିତ ରଂଗ, ଡିଜାଇନ୍ ଅନୁଯାୟୀ ନୂଆ ବିଜ୍ଞାପନ ବୋର୍ଡ ୧ ମାସ ଭିତରେ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ବ୍ୟାବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ ଦୋକାନଗୃହ ମାଲିକ, ବ୍ୟାଙ୍କ, ବିଜ୍ଞାପନ ସଂସ୍ଥା ଓ ଜନସାଧାରଣ ଏକାମତ୍ର କ୍ଷେତ୍ରର ସୌନ୍ଦର୍ଯ୍ୟୀକରଣ, ପରିବେଶ ସୁରକ୍ଷା ଓ ଐତିହ୍ୟର ସୁରକ୍ଷା ପାଇଁ ଏହାକୁ ଏକ ସୁଯୋଗ ଭାବେ ବିବେଚନା କରିବା ଲାଗି ବିଡିଏ ନିବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe