ମାସେ ପୂରିଲା, ଅପହୃତା ଛାତ୍ରୀଙ୍କ ପତ୍ତା ପାଉନି ପୁଲିସ

Advertisment
ପାକିସ୍ତାନରେ ବଢୁଛି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର : ନିଜ ପିଲାମାନଙ୍କ ସହ ବଜାରକୁ ଯାଇଥିବା ଦୁଇ ହିନ୍ଦୁ ମହିଳାଙ୍କୁ ଅପହରଣ

YouTube

ବାଲିପାଟଣା: ଠିକ୍ ମାସଟିଏ ପୂରିଲା। ମାତ୍ର ଅପହରଣ ହୋଇଥିବା ଜଣେ ଦଶମ ଶ୍ରେଣୀର ଛାତ୍ରୀଙ୍କ ପତ୍ତା ପାଉନାହିଁ ପୁଲିସ। ଆଉ କିଛି ଦିନ ପରେ ମାଟ୍ରିକ୍‌ ପରୀକ୍ଷା। ତେଣୁ ତା’ପୂର୍ବରୁ ନାବାଳିକାଙ୍କୁ ପୁଲିସ ଠାବ କରିନପାରିଲେ, ତା’ର ଭବିଷ୍ୟତ ଅନ୍ଧାର ହୋଇଯିବ। ତେଣୁ ପରିବାର ଲୋକେ ଘୋର ମାନସିକ ଅବସାଦରେ କାଳ କାଟୁଛନ୍ତି। ଏ ହେଉଛି ବାଲିପାଟଣା ଅଠାନ୍ତର ଅଞ୍ଚଳରୁ ଅପହରଣ ହୋଇଥିବା ଜଣେ ଛାତ୍ରୀ ଓ ତା’ ପରିବାରର କାହାଣୀ। ପୁଲିସର ପାରିବାପଣିଆ ଉପରୁ ଭରସା ତୁଟିବା ପରେ ଏବେ ପରିବାର ଲୋକେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି।

ନାବାଳିକାର ମା’ଙ୍କ ଅଭିଯୋଗ ଅନୁସାରେ ଅଠାନ୍ତର ଗ୍ରାମର ଟୁବୁଲା ତାଙ୍କ ଝିଅକୁ ଅପହରଣ କରିଛି। ପରିବାର ପକ୍ଷରୁ ସିଧାସଳଖ ଅପହର୍ତ୍ତା ନାଁ ନିଆଯାଇଥିଲେ ମଧ୍ୟ ପୁଲିସ ତାକୁ ଠାବ କରିପାରୁନାହିଁ। ତେଣୁ ପୁଲିସ ତଦନ୍ତକୁ ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି। ତେବେ ତଦନ୍ତ ଅଧିକାରୀଙ୍କ କହିବା କଥା ପୁଲିସ ଟିମ୍‌ ବଳଙ୍ଗା, ଧଉଳି, ନିମାପଡ଼ା ଓ ଭିଙ୍ଗାରପୁରକୁ ମିଶାଇ ୧୫ରୁ ଅଧିକ ସ୍ଥାନରେ ଚଢ଼ଉ କରିସାରିଛି। ମାତ୍ର ସଠିକ୍‌ ସୂଚନା ଅଭାବରୁ ସେମାନଙ୍କ ସନ୍ଧାନ ମିଳିପାରିନାହିଁ। ଅପହରଣ ମାମଲା ରୁଜୁ ହୋଇଛି ଓ ତଦନ୍ତ ଜାରି ରହିଛି। ତଥାପି ସେମାନଙ୍କୁ ଠାବ କରିବା ପାଇଁ ଉଦ୍ୟମ ଜାରି ରହିଛି ଓ ଖୁବ୍‌ ଶୀଘ୍ର ନାବାଳିକାକୁ ଉଦ୍ଧାର କରାଯିବ ବୋଲି ବାଲିପାଟଣା ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe