ଭୁବନେଶ୍ବର: ଲିଙ୍ଗିପୁରରେ ଥିବା ରାଧାକନ୍ତେ ଦେବ ବିଜେଙ୍କ ଜମିରେ ବେଆଇନ ପାଚେରି ନିର୍ମାଣ ଉପରେ ରୋକ ଲାଗିଛି। ରାଧାକାନ୍ତ ଦେବ ବିଜେ ମ୍ୟାନେଜିଂ ଟ୍ରଷ୍ଟି ବିଜୟ କୁମାର ସାମନ୍ତରାୟଙ୍କ ଅଭିଯୋଗକୁ ଆଧାର କରି ଅତିରିକ୍ତ ଡିସିପିଙ୍କ କୋର୍ଟରେ ସ୍ଥଗିତାଦେଶ ଜାରି କରାଯାଇଛି। ଆଦେଶ ଅବମାନନା କରି ନିର୍ମାଣ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଦେଶରେ କୁହାଯାଇଛି। ଧଉଳି ଥାନା ଆଇଆଇସି ଏହି ଜାଗାରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନିଶ୍ଚିତ କରିବେ। ଏହି ମାମଲାର ଶୁଣାଣି ଆସନ୍ତା ୧୬ ତାରିଖରେ ରହିଛି। ସୂଚନାଯୋଗ୍ୟ, ଶ୍ରୀରାଧାକାନ୍ତ ଦେବଙ୍କର ଲିଙ୍ଗିପୁର ମୌଜା ଖାତା ୬୯୮ ପ୍ଲଟ୍ ନଂ ୧୭୩୦ରେ ୧୫୦ ଡେସିମିଲ୍ ଜମି ରହିଛି। ଏହା ଭିତରେ ତିନିଜଣ ଲୋକ ଦୀର୍ଘଦିନ ହେବ ରହୁଛନ୍ତି। ବିଭିନ୍ନ ସମୟରେ ଏହାକୁ ଭାଗ ଭାଗ କରି କିଛି ଲୋକ ଜବରଦଖଲ କରିଛନ୍ତି। ନିକଟ ଅତୀତରେ ଏହି ଜାଗା ଉପରେ ପାଚେରି ନିର୍ମାଣ ହେବାରୁ ମ୍ୟାନେଜିଂ ଟ୍ରଷ୍ଟି କୋର୍ଟର ଦ୍ବାରସ୍ଥ ହୋଇଥିଲେ।
ରାଧାକାନ୍ତ ଦେବଙ୍କ ଜମିରେ ନିର୍ମାଣ ଉପରେ ସ୍ଥଗିତାଦେଶ
Advertisment
Follow Us