ରାଜଧାନୀରେ ସୁସ୍ଥ ହେଲେଣି ୨ହଜାରୁ ଅଧିକ

Advertisment

ଦିନକରେ ୧୩୭ ଚିହ୍ନଟ, ୧୧୮ ସୁସ୍ଥ

ଦିନକରେ ୧୩୭ ଚିହ୍ନଟ, ୧୧୮ ସୁସ୍ଥ

ରାଜଧାନୀରେ ସୁସ୍ଥ ହେଲେଣି ୨ହଜାରୁ ଅଧିକ

ସାମାଜିକ ଦୂରତା କଟକଣାକୁ ଫୁ’... ମଞ୍ଚେଶ୍ବର ମାଛ ମାର୍କେଟରେ ଲୋକଙ୍କ ଗହଳି

ଭୁବନେଶ୍ୱର : ରାଜଧାନୀରେ ୨ହଜାରରୁ ଅଧିକ କରୋନା ରୋଗୀ ସୁସ୍ଥ ହୋଇ ସାରିଲେଣି। ଗତ ୨୪ଘଣ୍ଟାରେ ରାଜଧାନୀରେ ୧୧୮ଜଣ ସୁସ୍ଥ ହୋଇଛନ୍ତି। ଅପରପକ୍ଷରେ ଭୁବନେଶ୍ବରରେ ପୂର୍ବଭଳି ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆହୁରି ୧୩୭ଜଣ ପଜିଟିଭ୍ ଚିହ୍ନଟ ହେବା ପରେ ସଂଖ୍ୟା ୩୩୫୪ରେ ପହଞ୍ଚିଛି। ବିଏମ୍‌ସି ପକ୍ଷରୁ ରାଜଧାନୀର ବସ୍ତି‌ରେ ସଂକ୍ରମଣ ରୋକିବା ଲାଗି ପଦକ୍ଷେପ ନିଆଯାଉଥିବା କୁହାଯାଉଥିଲେ ହେଁ, ଏହାର କୌଣସି ସୁଫଳ ଦେଖିବାକୁ ମିଳୁନାହିଁ। ସଙ୍ଗରୋଧରୁ ଚିହ୍ନଟ ୧୧୩ଜଣଙ୍କ ମଧ୍ୟରେ ସାଲିଆସାହିରୁ ୧୦, ୟୁନିଟ୍‌-୮ ଓସିସି ବସ୍ତିରୁ ୭, ଗଙ୍ଗନଗର ବସ୍ତିରୁ ୮, ବଡ଼ଗଡ଼ ଝରଣା ସାହିରୁ ୨ରୁ ଚିହ୍ନଟ ହୋଇଛନ୍ତି। ଏହାବାଦ୍ ଏକାଧିକ ଘରୋଇ ହସ୍ପିଟାଲ, ଏମ୍‌ସ ଓ ସରକାରୀ ହସ୍ପିଟାଲରୁ ବହୁ ସଂଖ୍ୟା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ୨୪ଜଣ ସ୍ଥାନୀୟ ସଂକ୍ରମିତ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ବାହରିଛନ୍ତି। ଆଇଆରସି ଭିଲେଜ, ଚିନ୍ତାମଣିଶ୍ବର, ଟଙ୍କପାଣି ରୋଡ, ସାମନ୍ତରାପୁର, ରସୁଲଗଡ଼ ଭାଗବତ ସନ୍ଧାନ, ନୂଆପଲ୍ଲୀ କ୍ରିଷ୍ଣା ଟାୱାର, ଶିଶୁ ଭବନ ନିକଟ, ବରମୁଣ୍ଡା, ଜୟଦେବ ବିହାର ଭଳି ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ରାଜଧାନୀରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୨୦୬୧ ଥିବା ବେଳେ ୧୨୭୩ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ରାଜଧାନୀରେ ଏ ପର୍ଯ୍ୟନ୍ତ ୧୮ଜଣଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe