ନିଶା ମାଫିଆର କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ

୩ମହଲା କୋଠା ଓ ପ୍ଲଟ ଠାବ

ନିଶା ମାଫିଆର କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଜବତ

ଭୁବନେଶ୍ବର: ନିଶା ମାଫିଆର ଏକ କୋଟି ୩୨ଲକ୍ଷ ଟଙ୍କାର ସମ୍ପତ୍ତିକୁ ଜବତ କରିଛି କ୍ରାଇମ୍‌ବ୍ରାଞ୍ଜ ଏସ୍‌ଟିଏଫ୍‌ ଟିମ୍‌। ସେ ହେଲା ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିର ସେକ୍‌ ଜାମ୍‌ସେଦ୍‌ ଓରଫ ଜମାଲ ଓରଫ ପିଣ୍ଟୁ। ଏସ୍‌ଟିଏଫ୍‌ ଟିମ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଝାରପଡ଼ା ଅଞ୍ଚଳରେ ଥିବା ଏକ ତିନିମହଲା କୋଠା, ପ୍ଲଟ, ଗହଣା ଏବଂ ଟଙ୍କା ଜବତ କରିଛି। ଜବତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ କୋଟିଏ ୩୨ଲକ୍ଷରୁ ଊର୍ଧ୍ବ ‌ହେବ ବୋଲି ଆକଳନ କରାଯାଇଛି। ତେବେ ଉକ୍ତ କୋଠାକୁ ସିଲ୍‌ କରିଦିଆଯାଇଛି।

ନିୟମ ମୁତାବକ ଯେଉଁମାନେ ୬ବର୍ଷ ବା ତା’ଠାରୁ ଅଧିକ ସମୟ ଧରି ନିଶା କାରବାର କରିଥି‌ବେ, ଆଉ ସେହି ଟଙ୍କାରେ ସେମାନେ ସମ୍ପତ୍ତି ଅର୍ଜନ କରିଥିବେ; ସେମାନଙ୍କ ସମସ୍ତ ସମ୍ପତ୍ତିକୁ ଜବତ କରି ବାଜ୍ୟାପ୍ତି କରାଯିବ। ତେବେ ଜାମ୍‌ସେଦ୍‌ ୬ବର୍ଷରୁ ଊର୍ଧ୍ବ ସମୟ ଧରି ନିଶା କାରବାରରେ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ତା’ ସମ୍ପତ୍ତିକୁ ବା‌ଜ୍ୟାପ୍ତି ପାଇଁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ କୋଲକତାସ୍ଥିତ କମ୍ପିଟା‌ଣ୍ଟ ଅଥରିଟିଙ୍କୁ ଚିଠି ଲେଖିଛି।

ପ୍ରକାଶଥାଉକି, ଗତ ଫେବ୍ରୁଆରି ୨୦ ତାରିଖରେ ନିଶା କାରବାର ବେଳେ ଏସ୍‌ଟିଏଫ୍‌ ଟିମ୍‌ ଜାମସେଦ୍‌କୁ କାବୁ କରିବା ସହ ତା’ଠାରୁ ପ୍ରାୟ ୧କିଲୋ ୨୨୭ଗ୍ରାମର‌ ବ୍ରାଉନସୁଗାର ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୨୨ଲକ୍ଷ ଟଙ୍କା ହେବ। ଗିରଫ ପରେ ତାକୁ କୋର୍ଟ ଚାଲାଣ କରାଯାଇଥିଲା। ସେହିପରି ପୂର୍ବରୁ ମଧ୍ୟ ଜାମ୍‌ସେଦ୍‌ ବିରୋଧରେ ବାଲିଅନ୍ତା ଓ କଟକ ଲାଲବାଗ ଥାନାରେ ଏନଡିପିଏସ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe