ଧରାପଡ଼ିଲା ମୋଷ୍ଟଵାଣ୍ଟେଡ୍ ଟୁଟୁ, ୩ ସହଯୋଗୀ ବି ଗିରଫ

Advertisment

ଦାଦାବଟି ମାଗି ଯୁବକଙ୍କୁ ହାଣିଥିଲେ

ଦାଦାବଟି ମାଗି ଯୁବକଙ୍କୁ ହାଣିଥିଲେ

ମାଂସ ପାଇଁ ଦୋକାନୀଙ୍କୁ ଆକ୍ରମଣ, ୨ ଗିରଫ

ClipartLogo.com

ଭୁବନେଶ୍ବର: ଲକ୍ଷ୍ମୀସାଗର ପାନବରଜ ସାହିରେ ଜଣେ ଯୁବକଙ୍କୁ ଦାଦାବଟି ମାଗି ଗୋଡ଼ାଇ ଗୋଡ଼ାଇ ହାଣିବା ଘଟଣାରେ ଫେରାର୍‌ ଥିବା ମୋଷ୍ଟଵାଣ୍ଟେଡ୍ ଟୁଟୁ ରାଉତକୁ ପୁଲିସ ଗିରଫ କରିଛି। ଟୁଟୁର ତିନି ଜଣ ସହଯୋଗୀ ମଧ୍ୟ ଧରା ପଡ଼ିଛନ୍ତି। ସେମାନେ ହେଲେ, ଷ୍ଟାର ପିଣ୍ଟୁ, ଶ୍ରୀନିବାସ ସ୍ବାଇଁ ଓ ମନୋଜ ପାଟ୍ଟଶାଣୀ। ଏହି ମାମଲାରେ ପୂର୍ବରୁ ଟୁଟୁର ସହଯୋଗୀ ଗୋପୀ ଗିରଫ ହୋଇଥିଲା।

ପୁଲିସ ସୂଚନା ଅନୁସାରେ, ଗତ ୨ ତାରିଖରେ ଟୁଟୁ ଓ ତା’ର ୪ ସହଯୋଗୀ ପାନବରଜ ସାହିର ଲୋକନାଥ ମଜୁମଦାରଙ୍କୁ ଦାଦାବଟି ମାଗିବା ସହ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ପୂର୍ବରୁ ଲୋକନାଥଙ୍କ ବାପା ଦୟାଲହରି ମଜୁମଦାରଙ୍କୁ ଦାଦାବଟି ମାଗିବା ସହ ହାଣି ଦେଇଥିଲେ। ଏହି ଘଟଣାରେ ଲୋକନାଥଙ୍କ ଅଭିଯୋଗ ଆଧାରରେ ଲକ୍ଷ୍ମୀସାଗର ଥାନା ପୁଲିସ ମାମଲା ରୁଜୁ କରିଥିଲା। ସେବେଠାରୁ ଟୁଟୁ ରାଉତ ଫେରାର୍‌ ଥିଲା। ଏହାର ପ୍ରାୟ ମାସକ ପୂର୍ବରୁ ଦୟାଲହରିଙ୍କ ଗାଡ଼ି ପୋଡ଼ି ଘଟଣାରେ ଟୁଟୁକୁ ପୁଲିସ ଗିରଫ କରିଥିଲା। ଜେଲରୁ ଫେରିବା ପରେ ଦୁଇ ଦୁଇଥର ଆକ୍ରମଣ କରିଥିଲା। ଗିରଫ ୪ ଅଭିଯୁକ୍ତଙ୍କୁ ଆଜି ଅପରାହ୍‌ଣରେ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe