ଭୁଲିଗଲା ସମ୍ପର୍କ : ଲକ୍ଷ୍ମୀସାଗର ଥାନା ତଳସାହିରେ ମା’କୁ ହାଣିଲା ପୁଅ

ଥଣ୍ଡା ବ୍ରେଡ୍‌ ପାଇଁ ମହାଅନର୍ଥ: ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର, ଘର ଜଳିଗଲା

Times of India

ଭୁବନେଶ୍ବର : ମରିଗଲା ମଣିଷପଣିଆ। ଭୁଲିଗଲା ସମ୍ପର୍କ। ଯେଉଁ ମା’ ଦୁଃଖ କଷ୍ଟ ସହି ପୁଅକୁ ଜନ୍ମ ଦେଇଥିଲା, ବାପାଙ୍କ ଦେହାନ୍ତ ପରେ ବଡ଼ କରିଥିଲା, ସେହି ମା’କୁ ହାଣିବାକୁ ପଛାଇଲାନି ପୁଅ। ମାତ୍ର କିଛି ସମ୍ପତ୍ତି ପାଇଁ ସବୁ ସମ୍ପର୍କକୁ ଭୁଲିଗଲା। ପୁଅର ଆକ୍ରମଣରେ ମା’ ଆହତ ଘଟଣା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି। ଆହତ ଅବସ୍ଥାରେ ଚିକିତ୍ସା ଲାଗି ସାନପୁଅ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଆକ୍ରମଣକାରୀ ବଡ଼ପୁଅ ବ୍ରହ୍ମାନନ୍ଦ ରାଉତକୁ ଗିରଫ କରିଛି ପୁଲିସ। ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ତଳସାହିରେ।

ପୁଲିସ ସୂଚନା ଅନୁସାରେ, ବ୍ରହ୍ମାନନ୍ଦଙ୍କ ବାପାଙ୍କର ଦୀର୍ଘ ବର୍ଷ ତଳୁ ଦେହାନ୍ତ ହୋଇସାରିଛି। ସାନପୁଅ ପ୍ରମୋଦ ପାଖରେ ମା’ ରୁହନ୍ତି। ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ସେମାନଙ୍କ ଭିତରେ କିଛି ଦିନ ହେଲା କଳହ ଲାଗି ରହିଥିଲା। ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଆଜି ଦୁଇଭାଇଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ମା’ ହସ୍ତକ୍ଷେପ କରିବାରୁ ବ୍ରହ୍ମାନନ୍ଦ ତାଙ୍କୁ ଆକ୍ରମଣ କରିଥିଲା। ଏ ନେଇ ସାନପୁଅ ପ୍ରମୋଦ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ବ୍ରହ୍ମାନନ୍ଦକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe