ପୁରୁଣା ଭୁବନେଶ୍ୱର: ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ପାଇଁ ପୁରୁଣା ଭୁବନେଶ୍ବର ଜମେଶ୍ବର ପାଟଣା ସାହି ଦୁର୍ଗାପୂଜା ସମିତି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ୧୯୪୯ ମସିହାରୁ ଆରମ୍ଭ ହୋଇଥିବା ଏହି ପୂଜା ଏଥର ୭୫ ବର୍ଷରେ ପାଦ ଦେଇଛି। ସେହି ଅନୁସାରେ ଆୟୋଜନ ମଧ୍ୟ ବଡ଼ ଆକାରରେ କରାଯାଇଛି। ଦେବୀ ମଣ୍ଡପରୁ ନାରାୟଣୀ କ୍ଲବ ପର୍ଯ୍ୟନ୍ତ, ମଣ୍ଡପରୁ ଡାକବଙ୍ଗଳ ପର୍ଯ୍ୟନ୍ତ ଓ ମଣ୍ଡପରୁ ବଣିଆ ସାହି ପର୍ଯ୍ୟନ୍ତ ଆକର୍ଷଣୀୟ ଆଲୋକମାଳା ସଜାଇବାର ଯୋଜନା ରହିଛି। ଅଞ୍ଚଳର ରାସ୍ତା ଅଣଓସାରିଆ ହୋଇଥିବା ଯୋଗୁଁ ବଡ଼ ତୋରଣ ବଦଳରେ ଆକର୍ଷଣୀୟ ଆଲୋକ ସାଜସଜ୍ଜା କରିବାକୁ ନିଷ୍ପତ୍ତି ହୋଛଛି। ମଣ୍ଡପ ନିକଟରେ ସହିଦ ମିନାର ଗେଟ୍ କରାଯିବ। ତିନିରାସ୍ତାରେ ହନୁମାନ, ରାମ ଲକ୍ଷ୍ମଣ ଓ ଶିବଙ୍କ ଥିମ୍ରେ ବିଭିନ୍ନ ଚିତ୍ର ଆଲୋକରେ ଝଲସିବ। ଏଥର ପୂଜା ଉପଲକ୍ଷେ ୫ଦିନ ମେଲୋଡି ଆୟୋଜିତ ହୋଇଛି। ୫ଦିନ ସଙ୍କୁଡ଼ି ଭୋଗ କରାଯିବ। ୫ ହଜାର ଲୋକଙ୍କ ପାଇଁ ପ୍ରସାଦ ବଣ୍ଟନ କରାଯିବ। ଚଳିତ ବର୍ଷ ପୂଜାରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହିପରି ଭସାଣି ଶୋଭାଯାତ୍ରାରେ ବଲାଙ୍ଗୀର ଦୁଲ୍ଦୁଲି, ସିଂହବାଜା, ଅନ୍ୟ ବ୍ୟାଣ୍ଡପାର୍ଟି, ଘଣ୍ଟ, ଘୋଡାନାଚ ଆଦି ସାମିଲ ହେବ।
ପ୍ରୋତ୍ସାହିତ କରାଯାଉଛି। ମହାନବମୀରେ କୁମାରୀ କନ୍ୟାଙ୍କ ସହ ଶ୍ରୀକାର୍ତ୍ତିକଙ୍କ ବିବାହ କରାଯିବ। ଚଳିତବର୍ଷ ୭୫ତମ ପୂଜା ପାଇଁ ସବୁ ମୁରବିଙ୍କୁ ଏକାଠି କରାଯିବ। ଏକ ସ୍ମରଣୀକା ମଧ୍ୟ ପ୍ରକାଶ ପାଇବ।
- ପ୍ରସନ୍ନ କୁମାର ସ୍ବାଇଁ
ସଭାପତି
ଏଥର ମୂର୍ତ୍ତି ଗଠନରେ ସ୍ଥାନୀୟ କଳାକାରଙ୍କୁ ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସାହିର ରାସ୍ତାକୁ ଲିଚୁମାଳରେ ସଜାଯିବ, ଲାଇଟ୍ ଗେଟ୍ କରାଯିବ। ୫ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ପୂର୍ବମୁଖୀ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ଦେଖିବାକୁ ଏଠାରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ, ଏଥର ମଧ୍ୟ ଜମିବ।
- ପ୍ରଶାନ୍ତ କୁମାର ସମର୍ଥା, ସଂପାଦକ
ଦୁର୍ଗାପୂଜା କମିଟିର ସଦସ୍ୟମାନେ କହନ୍ତି, ଏଠାରେ ମା’ଙ୍କ ପୂଜା ବିଧି ଅନୁଯାୟୀ ନିଷ୍ଠାର ସହ ପାଳନ ଉପରେ ଗୁରୁତ୍ବ ଦିଆଯାଏ। ମହାଷ୍ଟମୀରେ ସନ୍ଧିପୂଜାରେ ଶତାଧିକ ମହିଳା ବ୍ରତପୂଜା କରନ୍ତି। ଅଷ୍ଟମୀରେ ଚଣ୍ଡିପାଠ ହୁଏ। ସେହିଦିନ ମା’ଙ୍କ ନିକଟରେ ଆମିଷ (ମାଛ) ଭୋଗ କରାଯାଏ। ତା’ପରେ ପାଣିକଖାରୁ ବଳି ପକାଯାଏ। ୫ଶହରୁ ଊର୍ଧ୍ବ ଶ୍ରଦ୍ଧାଳୁ ଦୀପଦାନ କରିଥାନ୍ତି।
Follow Us