ବାଲିପାଟଣାରେ ମାତୃଭାଷା ଦିବସ ପାଳିତ

Advertisment
ବାଲିପାଟଣାରେ ମାତୃଭାଷା ଦିବସ ପାଳିତ

ବାଲିପାଟଣା : ବାଲିପାଟଣାର ବିଭିନ୍ନ ସ୍ଥାନରେ ଆଜି ମାତୃଭାଷା ଦିବସ ପାଳିତ ହୋଇଯାଇଛି। ବାଲିପାଟଣାସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ମାତୃଭାଷା ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ପ୍ରଧାନ ଆଚାର୍ଯ୍ୟ ଘନଶ୍ୟାମ ଭୋଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ଶିଶୁ ଅନନ୍ତ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ.ଭବାନୀ ଶଙ୍କର ଦାଶ ଯୋଗଦେଇ ମାତୃଭାଷା ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ।ମଣିଷ ଯେତେ ଉପରକୁ ଉଠିଲେ ମଧ୍ୟ ନିଜର ମାତୃଭାଷାକୁ ଭୁଲିଯିବା ଉଚିତ୍‌ ନୁହେଁ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ରମେଶ ଚନ୍ଦ୍ର ରଥ ଯୋଗଦେଇଥିଲେ।ଏହି ଅବସରରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମାତୃଭାଷା ଉପରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ କୃତି ପ୍ରତିଯୋଗୀ ଓ ବାର୍ଷିକ କ୍ରୀଡ଼ାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe