ପଦ୍ମାବତୀ ପ୍ୟାଲେସ୍‌ରେ ଶୋଭା ପାଇବେ ମା’

Advertisment

ଧରାବତାରଣ କରିବେ ମା’ ଦୁର୍ଗା। ମା’ଙ୍କ ପୁଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଭିନ୍ନ ଭିନ୍ନ ଡିଜାଇନର ତୋରଣ ସାଙ୍ଗକୁ ଆଖିଝଲସା ସାଜସଜ୍ଜାରେ ଲାଗିପଡ଼ିଛନ୍ତି ଆୟୋଜକ।

ଧରାବତାରଣ କରିବେ ମା’ ଦୁର୍ଗା। ମା’ଙ୍କ ପୁଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଭିନ୍ନ ଭିନ୍ନ ଡିଜାଇନର ତୋରଣ ସାଙ୍ଗକୁ ଆଖିଝଲସା ସାଜସଜ୍ଜାରେ ଲାଗିପଡ଼ିଛନ୍ତି ଆୟୋଜକ।

dgggjjggjdjg

ଭୁବନେଶ୍ୱର: ଧରାବତାରଣ କରିବେ ମା’ ଦୁର୍ଗା। ମା’ଙ୍କ ପୁଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଭିନ୍ନ ଭିନ୍ନ ଡିଜାଇନର ତୋରଣ ସାଙ୍ଗକୁ ଆଖିଝଲସା ସାଜସଜ୍ଜାରେ ଲାଗିପଡ଼ିଛନ୍ତି ଆୟୋଜକ। କଟକ ରୋଡ ବ୍ୟବସାୟୀ ସଂଘର ପୂଜା ଏଥର ୪୪ବର୍ଷରେ ପହଞ୍ଚିଛି। ଏଥର ଚିତ୍ତୋରଗଡ଼ ରାଜ ପ୍ରସାଦର ରାଣୀ ପଦ୍ମାବତୀ ପ୍ୟାଲେସ ସଦୃଶ ତୋରଣ ପ୍ରସ୍ତୁତ ହେଉଛି। ଦେଢ଼ମାସ ହେବ ବଙ୍ଗୀୟ କାରିଗରମାନେ ମୂର୍ତ୍ତି ଓ ତୋରଣ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। 

ପୂଜା ପାଇଁ ଏଥର ୪୦ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି। ମେଢ଼ର ଉଚ୍ଚତା ୧୬ ଫୁଟ ରହି ଥିବା ବେଳେ ତୋରଣର ଉଚ୍ଚତା ୮୦ ଫୁଟ ରହିଛି। ଚଉଡ଼ା ରହିଛି ୧୨୦ ଫୁଟ। ଏକ କୁଇଣ୍ଟାଲ ଚାନ୍ଦିରେ ମା’ ଦୁର୍ଗା ଓ ପାର୍ଶ୍ବ ଦେବାଦେବୀ ସଜେଇ ହେବେ। ଷଷ୍ଠୀରୁ ମା’ଙ୍କ ନିକଟରେ ଅନ୍ନଭୋଗ ଓ ଦଶମୀରେ ଚରୁଅନ୍ନ ଓ ଦହିପଖାଳ ଭୋଗ ହେବ। ଷଷ୍ଠୀରେ ଭଜନ ଓ ଅନ୍ୟାନ୍ୟ ଦିନରେ ମେଲୋଡି କାର୍ଯ୍ୟକ୍ରମ ରହିଛି। ସୁରକ୍ଷା ପାଇଁ ୧୫ଟି ସିସିଟିଭି ସାଙ୍ଗକୁ ୨୦୦ଜଣ ସ୍ବଚ୍ଛାସେବୀ ନିୟୋଜିତ କରାଯାଇଛି। ହିନ୍ଦୁ, ଶିଖ ଓ ମୁସଲିମ ସମ୍ପ୍ରଦାୟର ବହୁସଂଖ୍ୟକ ବ୍ୟବସାୟୀଙ୍କୁ ନେଇ ଗଠିତ କଟକ ରୋଡ ବ୍ୟବସାୟୀ ସଂଘ ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ସୂଚନାଧର୍ମୀ ତୋରଣ  ଚଳିତ ବର୍ଷ ଆକର୍ଷଣୀୟ ହେବ ବୋଲି ସେମାନେ ଆଶାବାଦୀ ଅଛନ୍ତି। 

ଭକ୍ତମାନେ ସପରିବାରେ ଯୋଗ ଦିଅନ୍ତୁ
ପୂଜାକୁ ଶାନ୍ତି ଓ ଶୃଙ୍ଖଳିତ କରିବା ପାଇଁ ଆମ ପୂଜା ସମିତି ସବୁବେଳେ ତତ୍‌ପର। ଚଳିତ ବର୍ଷ ଏଥିପାଇଁ ୨୦୦ ସ୍ୱେଚ୍ଛାସେବୀ ନିୟୋଜିତ କରାଯାଇଛି। ମା’ଙ୍କର ସମସ୍ତ ରୀତିନୀତିରେ ପୂଜାର୍ଚ୍ଚନା ସହିତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ସମସ୍ତ ଭକ୍ତ ସପରିବାରେ ଯୋଗ ଦେଇ ପୂଜାକୁ ଉତ୍ସବ ମୁଖର କରିବାକୁ ଅନୁରୋଧ। 
ପ୍ରମୋଦ କୁମାର ନାୟକ, ଯୁଗ୍ମ ସମ୍ପାଦକ

ପୂଜା ସୁଖ ଓ ସମୃଦ୍ଧି ଭରିଦେଉ
ବ୍ୟବସାୟୀ ଓ ଗ୍ରାମବାସୀଙ୍କ ଅକୁଣ୍ଠ ସମର୍ଥନ ଯୋଗୁଁ ଆମ ପୂଜା କମିଟି ଦୀର୍ଘ ୪୩ ବର୍ଷ ଧରି ସଫଳ ଭାବରେ ପୂଜା ଅନୁଷ୍ଠିତ କରିପାରୁଛି। ଚଳିତ ବର୍ଷ ମଧ୍ୟ ପୂଜା ଶୁଙ୍ଖଳିତ ଭାବରେ ପୂଜା ଚାଲିବ। ସମସ୍ତଙ୍କ ପାଇଁ ଏହି ପୂଜା ସୁଖ ଓ ସମୃଦ୍ଧି ଭରିଦେଉ ଏହା ହିଁ କାମନା। 
ଯୋଗେନ୍ଦ୍ର ବେହେରା, 
ବରିଷ୍ଠ ସଦସ୍ୟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe