କସ୍ତୁରବା ଶିକ୍ଷାଶ୍ରମରେ ‘ମାତୃ ସମ୍ମିଳନୀ’

Advertisment
କସ୍ତୁରବା ଶିକ୍ଷାଶ୍ରମରେ ‘ମାତୃ ସମ୍ମିଳନୀ’

ଭୁବନେଶ୍ବର: ନୂଆପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷାଶ୍ରମ‌ରେ ମ‌ାତୃ ସମ୍ମିଳନୀ ପାଳିତ ହୋଇଯାଇଛି। ଏହି ସମ୍ମିଳନୀରେ ଅତିଥି ଭାବେ ମେୟର ସୁଲୋଚନା‌ ଦାସ, ଅବସରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ସାଗରିକା ମହାନ୍ତି, କର୍ ପୋରେଟର ବନ୍ଦିତା ପାଲ୍ ପ୍ରମୁଖ ଉପସ୍ଥିତ ରହି ପରିବେଶ ସଚେତନତାରେ ମା’ଙ୍କ ଭୂମିକା ବାବଦରେ ଆଲୋକପା‌ତ କରିଥି‌‌ଲେ। ଏହି ଅବସରରେ ମା’ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହାସହ କୃତୀ ଛାତ୍ରଛାତ୍ରୀଙ୍କ ମା’ମାନଙ୍କୁ ମଧ୍ୟ ପୃରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଚାର୍ଯ୍ୟା ଜ୍ୟୋତ୍ସ୍ନାରାଣୀ ନନ୍ଦ ଓ ଆଚାର୍ଯ୍ୟା ସୌଦାମିନି ସ୍ବାଇଁ ପରିଚାଳନା କରିଥିଲେ। ଆଚାର୍ଯ୍ୟ ପ୍ର ମୋଦ ଧଳ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe