ବର୍ଷିଲା ମୌସୁମୀ, ତରବର ହେଲା ଚାଷୀ

ବର୍ଷିଲା ମୌସୁମୀ, ତରବର ହେଲା ଚାଷୀ

Social News XYZ

ବାଲିପାଟଣା: ଅକ୍ଷୟ ତୃତୀୟାରୁ ଅଖିମୁଠି ଅନୁକୂଳ କରି ବର୍ଷାକୁ ଚାହିଁ ବସିଥିବା ଚାଷୀ ତରବର ହେଲାଣି। ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଚାଷୀ ଗହୀରମୁହାଁ ହୋଇଛି। ସମ୍ପ୍ରତି ବେଉଷଣ ଆରମ୍ଭ ହୋଇ ନଥିଲେ ହେଁ ତଳି ପକାଇବାକୁ ଅଣ୍ଟା ଭିଡ଼ିଛି। ତେଣୁ ପାଖରେ ରଖିଥିବା ବିହନ ସଜାଡ଼ିବା ସାଙ୍ଗକୁ ସରକାରୀ ବିହନ କିଣାରେ ଚାଷୀ ବ୍ୟସ୍ତ। ଖାଲୁଆ ଜମିରେ ତଳି ପକାଇବା ଆରମ୍ଭ ହୋଇଗଲାଣି।

ବାଲିପାଟଣା ବ୍ଲକ୍‌ କୃଷି ଅଧିକାରୀ ନକ୍ଷତ୍ର ମୋହନ ରାଉଳଙ୍କ ସୂଚନାନୁସାରେ ଏବେ ଏହି ବ୍ଲକ୍‌ ପାଇଁ ୧୯ ଡିଲରଙ୍କ ପାଖରେ ବିଭିନ୍ନ ପ୍ରକାର ଧାନ ବିହନ ଉପଲବ୍ଧ ଅଛି। ସେମାନଙ୍କ ନିକଟରେ ୮୨୦ କ୍ବିଣ୍ଟାଲ୍‌ରୁ ଅଧିକ ବିହନ ରହିଛି। ସେହିଭଳି ୧୩ ସେବା ସମବାୟ ସମିତିକୁ ମଧ୍ୟ ବିହନ ଆସିଛି। ଗାରେଡ଼ିପାଞ୍ଚଣ, ଗିରିଙ୍ଗୋ, ସରାଟ, କୁରୁଞ୍ଜିପୁର, ନରଦା, ନରିଶୋ, ଭଅଁରା, ବାରଭୁଜା, ଭୈରିପୁର, ପଦ୍ମପୁର, ରାଜସ, ସୋମଣାଶାସନ ଓ ତୁରିନ୍ତିରା ସେବା ସମବାୟ ସମିତିରେ ବିହନ ମିଳୁଛି। ସରକାରୀ ବିହନ ୨୦ କେଜିକୁ ୭୫୦ ଟଙ୍କା ପଡ଼ୁଛି ଏବଂ ଚାଷୀକୁ ଏଥିପାଇଁ ୨୫୦ ଟଙ୍କା ସବ୍‌ସିଡି ମିଳୁଛି। ସୂଚନାଯୋଗ୍ୟ ଯେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ କଳା ଚମ୍ପା, ପୂଜା, ସ୍ବର୍ଣ୍ଣ ସବ୍‌ ୱାନ୍‌, ସ୍ବର୍ଣ୍ଣ ମସୁରି, ୧୦୦୯ ସବ୍‌ ୱାନ୍‌, ଶାରଳା, ଜିରା ରାଇସ୍‌, ପଦ୍ମିନୀ, କଳା ଜିରା, ବାସମତୀ, ପୂର୍ଣିମା, ଆର୍‌ଜେଲ୍‌, ୧୦୧୭ ପ୍ରଭୃତି ଚାଷ କରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe