ବିକାଶମୂଳକ କାର୍ଯ୍ୟର ତଥ୍ୟ ଦେଲେ ସାଂସଦ: ଭୁବନେଶ୍ବରରେ ଲାଗିଛି ୭୬୭୩ ସୋଲାର ଲାଇଟ୍‌

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କିତ ଏକ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଇଏମ୍‌ଏ ଭବନରେ ଆୟୋଜିତ ବୈଠକରେ ଏହି ପୁସ୍ତିକା ଉନ୍ମୋଚିତ ହୋଇଛି।

dfvcvccv

ଭୁବନେଶ୍ୱର: ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ କରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କିତ ଏକ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଇଏମ୍‌ଏ ଭବନରେ ଆୟୋଜିତ ବୈଠକରେ ଏହି ପୁସ୍ତିକା ଉନ୍ମୋଚିତ ହୋଇଛି। ଏଥିରେ ଗତ ୬ ମାସ ମଧ୍ୟରେ ସଂସଦୀୟ କ୍ଷେତ୍ରରେ ସେ କରିଥିବା ବିଭିନ୍ନ କାର୍ଯ୍ୟର ତାଲିକା ପ୍ରଦାନ କରିଛନ୍ତି। ଏହି ପୁସ୍ତିକାରେ ଭୁବନେଶ୍ୱର ଏକାମ୍ର, ମଧ୍ୟ, ଉତ୍ତର, ଜୟଦେବ, ଖୋର୍ଦ୍ଧା, ଜଟଣୀ, ବେଗୁନିଆ ନିର୍ବାଚନମଣ୍ଡଳୀରେ ହୋଇଥିବା କାର୍ଯ୍ୟର ତଥ୍ୟ ରଖାଯାଇଛି। ଭୁବନେଶ୍ୱରକୁ ପୂର୍ବ ଭାରତର ଏକ ନମ୍ୱର ସହର ରୂପେ ଗଢ଼ି ତୋଳିବାର ଲକ୍ଷ୍ୟ ରଖିଛି ବୋଲି ସାଂସଦ ପ୍ରକାଶ କରିଛନ୍ତି।

ଏଥିରେ ସହିଦନଗର ସ୍ଥାୟୀ ହାଟ, ସତ୍‌ସଙ୍ଗବିହାର ଫୁଟ୍ ଓଭରବ୍ରିଜ୍, ନୟାପଲ୍ଲୀ କମ୍ୟୁନିଟି ପାର୍କ, ଅତ୍ୟାଧୁନିକ ମାଛ ମାର୍କେଟ୍ ଓ ମଣ୍ଡି, ଖୋର୍ଦ୍ଧାରେ ସଂସ୍କୃତି ହଲ୍ ନିର୍ମାଣ, ଖୋର୍ଦ୍ଧା ଟାଉନ୍‌ ବାଇପାସ୍ ରାସ୍ତା, ଜଟଣୀରେ କ୍ୟାନ୍‌ସର୍‌ ହସ୍‌ପିଟାଲ୍‌ ଆଦି ପ୍ରକଳ୍ପର ସ୍ଥିତି ସମ୍ପର୍କରେ ତଥ୍ୟ ଦିଆଯାଇଛି। ବାଲିଅନ୍ତା ଯଶୁଆପୁରରେ ସ୍ବାସ୍ଥ୍ୟ ଉପକେନ୍ଦ୍ର ଉଦ୍‌ଘାଟନ, ବାଲିଅନ୍ତା ବ୍ଲକ୍‌ ଜଗନ୍ନାଥପୁର ପଞ୍ଚାୟତରେ ୨୫୦ କୋଟି ବ୍ୟୟରେ ନିର୍ମାଣ ହୋଇଥିବା ସିଲେଇ ଶିଳ୍ପ ସମ୍ପର୍କରେ ସାଂସଦ ତଥ୍ୟ ରଖିଛନ୍ତି। ଏହି ଶିଳ୍ପ ଦ୍ୱାରା ୧୦ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ସାଂସଦ ଦାବି କରିଛନ୍ତି। ଅନୁରୂପ ଭାବେ ବ୍ରହ୍ମେଶ୍ୱର ମନ୍ଦିର, କପିଳେଶ୍ୱର ମନ୍ଦିରର ଉନ୍ନତୀକରଣ, ତରାବୋଇ ରେଳଷ୍ଟେସନ୍‌ର ଭିତ୍ତିପ୍ରସ୍ତର ସ୍ଥାପନ, ତିନିଟି ସୌରଚାଳିତ ଶୀତଳଭଣ୍ଡାରର ଉଦ୍‌ଘାଟନ, ଭୁବନେଶ୍ୱର ମୁଖ୍ୟ ରେଳଷ୍ଟେସନ୍‌ର ନବୀକରଣ, ଲିଙ୍ଗରାଜ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣାଙ୍ଗ କରିବା, ଜଟଣୀରେ ରେଳ ଓଭରବ୍ରିଜ୍ ନିର୍ମାଣ ଆଦି ପ୍ରକଳ୍ପର ବିବରଣୀ ଏଥିରେ ଦିଆଯାଇଛି।

ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ୭୫୦୦ରୁ ଊର୍ଦ୍ଧ୍ୱ ସିଙ୍ଗଲ ସୋଲାର୍‌ ଲାଇଟ୍, ୧୫୩ଟି ହାଇମାଷ୍ଟ ସୋଲାର୍‌ ଲାଇଟ୍ ଏବଂ ୨୦ଟି ମିନିମାଷ୍ଟ ସୋଲାର୍‌ ଲାଇଟ୍ ଲଗାଇଥିବା ଦର୍ଶାଯାଇଛି। ଏଥିସହ ବିଏମ୍‌ସି ପକ୍ଷରୁ ୧୬୦ଟି ବିଭିନ୍ନ ପ୍ରକଳ୍ପର ଟେଣ୍ଡରର ସବିଶେଷ ତଥ୍ୟ ପୁସ୍ତିକାରେ ସ୍ଥାନ ପାଇଛି। ପ୍ରତି ୬ ମାସରେ ଏହିଭଳି ନିର୍ବାଚନମଣ୍ଡଳୀଵାରି ବିକାଶମୂଳକ କାର୍ଯ୍ୟର ତାଲିକା ପ୍ରଦାନ କରିବେ ବୋଲି ସାଂସଦ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe