ବିଏମ୍‌ସି ନିର୍ବାଚନ: ସାଂସଦ ବନାମ ମନ୍ତ୍ରୀ

ବିଏମ୍‌ସି ନିର୍ବାଚନ: ସାଂସଦ ବନାମ ମନ୍ତ୍ରୀ

ଭୁବନେଶ୍ବର ବିଏମ୍‌ସି ନିର୍ବାଚନ ପାଇଁ ଆଜିଠାରୁ ରାଜଧାନୀରେ ସରଗରମ ପ୍ରଚାର ଆରମ୍ଭ ହୋଇଛି। ଏହାସହ ଜୋର୍‌ ଧରିଛି ଆକ୍ଷେପ ପ୍ରତ୍ୟାକ୍ଷେପ ରାଜନୀତି। ପ୍ରମୁଖ ରାଜନୈତିକ ଦଳର ବରିଷ୍ଠ ନେତାମାନେ ପରସ୍ପର ବିରୋଧରେ ବିଷୋଦ୍‌ଗାର କରିବା ଆରମ୍ଭ କରିଛନ୍ତି। ଆଜି ପ୍ରସଙ୍ଗକ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁହାଁମୁହିଁ ହୋଇଛନ୍ତି। ରାଜଧାନୀ ବସ୍ତି ଅଞ୍ଚଳରେ ଟଙ୍କା ଦେଇ ଶାସକ ଦଳ ଭୋଟ କିଣିବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ। ସେ କହିଛନ୍ତି ଯେ ରାଜଧାନୀର ବସ୍ତି ଅଞ୍ଚଳରେ ଟଙ୍କା ଦେଇ ଶାସକ ଦଳ ଭୋଟ୍‌ କିଣିବାକୁ ଉଦ୍ୟମ କରୁଛି।

ଗୋଟିଏ ଗୋଟିଏ ଭୋଟ୍‌ କିଣିବାକୁ ୫ଶହରୁ ହଜାରେ ଟଙ୍କା ଯାଏ ମୂଲଚାଲ ହେଉଛି। ତାଙ୍କ ପାଖରେ ତିନିଟି ଭିଡିଓ ରେକର୍ଡିଂ ରହିଛି। ଠିକ୍ ସମୟରେ ପ୍ରକାଶ କରିବେ ବୋଲି କହିଛନ୍ତି। ଭୋଟ୍ ବିକ୍ରି ନକରି ସଠିକ୍ ଲୋକଙ୍କୁ ବାଛନ୍ତୁ ବୋଲି ଗତକାଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ବସ୍ତବାସିନ୍ଦାଙ୍କୁ ଅନୁରୋଧ କରିଥିଲେ।

ସାଂସଦଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଶ୍ରୀ ପଣ୍ଡା। ସେ କହିଛନ୍ତି ଯେ ସାଂସଦଙ୍କ ଅଭିଯୋଗ ଭିତ୍ତିହୀନ। ସେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି। ସଦ୍ୟ ସମାପ୍ତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳକୁ ଦେଖିବା ପରେ ତାଙ୍କ ମନକୁ କଷ୍ଟ ହେଉଥିବ। ଏଭଳି ଅଭିଯୋଗ ନକରି ତାଙ୍କ ଦଳ କେମିତି ଭଲ କରିବ ସେଥିପାଇଁ ଉଦ୍ୟମ କରିବାକୁ ଶ୍ରୀ ପଣ୍ଡା ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe