ସୁନ୍ଦରପଦା-ଜଟଣୀ ରାସ୍ତା ସମ୍ପ୍ରସାରଣ ପାଇଁ ଚିଠି ଲେଖିଲେ ସାଂସଦ

ସୁନ୍ଦରପଦା-ଜଟଣୀ ରାସ୍ତା ସମ୍ପ୍ରସାରଣ ପାଇଁ ଚିଠି ଲେଖିଲେ ସାଂସଦ

OdishaTV

ଭୁବନେଶ୍ୱର: ସୁନ୍ଦରପଦା-ଜଟଣୀ ରାସ୍ତା ଭିଡ଼ ବଢ଼ୁଥିବା ବେଳେ ବୁଲା ଗୋରୁ ଓ ଅନ୍ୟାନ୍ୟ କାରଣରୁ ଏହା ସଂକୁଚିତ ହୋଇଯାଉଛି। ଏଣୁ ଏହାକୁ ତୁରନ୍ତ ସମ୍ପ୍ରସାରଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ଲେଖିଛନ୍ତି, ସକାଳେ ଓ ସନ୍ଧ୍ୟାରେ ଏହି ରାସ୍ତାରେ ବୁଲା ଗୋରୁ ଶୋଇ ରହୁଥିବାରୁ ଯିବା ଆସିବା ବାଧାପ୍ରାପ୍ତ ହେଉଛି।

ଆମ୍ବୁଲାନ୍ସ ମଧ୍ୟ ଫସି ରହୁଛି। ଏଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରି ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଅନ୍ତୁ। ସାଂସଦଙ୍କ ଚିଠିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ସମ୍ପ୍ରସାରଣ କାମ ନେଇ ପୂର୍ତ୍ତ ବିଭାଗ ପୂର୍ବରୁ ଟେଣ୍ଡର କରିସାରିଛି। ଏଣୁ କାମ ଆରମ୍ଭ ହେଲେ ସାଂସଦ ବାହାବା ନେବା ପାଇଁ ଏଭଳି ଚିଠି ଲେଖିଥିବା ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe