ବିଏମ୍‌ସିର ୪୯ନମ୍ବର ଓ୍ୱାର୍ଡରେ ପୁଷ୍ପିତାଙ୍କ ପାଇଁ ପ୍ରଚାର କଲେ ସାଂସଦ ଅପରାଜିତ ଷଡ଼ଙ୍ଗୀ

ବିଏମ୍‌ସିର ୬୦ ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟର ପ୍ରାର୍ଥୀ ଚନ୍ଦ୍ରଶେଖରଙ୍କ ପଦଯାତ୍ରା

ବିଏମ୍‌ସିର ୪୯ନମ୍ବର ଓ୍ୱାର୍ଡରେ ପୁଷ୍ପିତାଙ୍କ ପାଇଁ ପ୍ରଚାର କଲେ ସାଂସଦ ଅପରାଜିତ ଷଡ଼ଙ୍ଗୀ

ଭୁବନେଶ୍ବର : ବିଏମ୍‌ସିର ୪୯ନମ୍ବର ଓ୍ୱାର୍ଡରେ ବିଜେପି ବିଶାଳ ରୋଡ୍ ସୋ’ କରିଛି। ଭୁବନେଶ୍ବର ସାଂସଦ ଅପରାଜିତ ଷଡ଼ଙ୍ଗୀ ବିଜେପି କର୍ପୋରେଟର୍ ପ୍ରାର୍ଥିନୀ ପୁଷ୍ପିତା ସୁନ୍ଦରାୟଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି। ସନ୍ଧ୍ୟାରେ ବିଜେପିର ଏକ ବିଶାଳ ଶୋଭାଯାତ୍ରା ଆଇଗିଣିଆ ଗାଁ, କୋଳଥିଆ, ଖଣ୍ଡଗିରି, ଖାରବେଳ ପାର୍କ ଅଞ୍ଚଳ, ଉଦୟଗିରି, ତପୋବନ ଅଞ୍ଚଳ, ନୂଆ ବସଷ୍ଟାଣ୍ଡ୍‌, ରୁଚିକା ମାର୍କେଟ, ପାତ୍ରପଡ଼ା, ଭଗବାନପୁର ପ୍ରମୁଖ ଅଞ୍ଚଳ ବୁଲିଥିଲା। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ପ୍ରଚାରର ନେତୃତ୍ବ ନେଇ କହିଥିଲେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମୟରେ ବିକାଶ ବହୁମାତ୍ରାରେ ଆଗକୁ ବଢ଼ିଛି। ଯୁବକମାନଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରାଯାଇଛି। ବସ୍ତିବାସିନ୍ଦାଙ୍କ ପାଇଁ ବିଭିନ୍ନ ଯୋଜନା କରାଯାଇଛି। ସେଗୁଡ଼ିକର ସୁଫଳ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ହେଲେ ବିଜେପି ମେୟର ଓ କର୍ପୋରେଟର୍ ପ୍ରାର୍ଥୀଙ୍କୁ ଜିତାଇବାକୁ ହେବ। ଏହି ଶୋଭାଯାତ୍ରାରେ ବିଜେପି ମେୟର ପ୍ରାର୍ଥିନୀ ସୁନୀତି ମୁଣ୍ଡ୍‌ଙ୍କ ସମେତ ଗଦାଧର ସୁନ୍ଦରାୟ, ଶିଶିର ସୁନ୍ଦରାୟ ସାମିଲ ହୋଇ ଭୋଟ ଭିକ୍ଷା କରିଥିଲେ।

publive-image

ବିଏମ୍‌ସିର ୬୦ ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟର ପ୍ରାର୍ଥୀ ଚନ୍ଦ୍ରଶେଖରଙ୍କ ପଦଯାତ୍ରା

ଭୁବନେଶ୍ୱର : ବିଏମ୍‌ସିର ୬୦ ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟର ପ୍ରାର୍ଥୀ ଚନ୍ଦ୍ରଶେଖର ମଲିଆ(କାପୁ) ଆଜି ୱାର୍ଡରେ ବିଶାଳ ପଦଯାତ୍ରା କରିଛନ୍ତି। ସାଇକେଲ ଚିହ୍ନରେ ପୌର ନିର୍ବାଚନ ଲଢ଼ୁଥିବା ଚନ୍ଦ୍ରଶେଖର ଆଜି କପିଳେଶ୍ବରର କୈବର୍ତ୍ତ ସାହି ଛକ ନିକଟରୁ ପଦଯାତ୍ରା ଆରମ୍ଭ କରି ବ୍ରହ୍ମେଶ୍ବରପାଟଣା, ପରକରଣ ସାହି, ଲିଙ୍ଗରାଜ ନଗର, ଖରାଖିଆ, ବଶିଷ୍ଠନଗର ଏବଂ ଶେଷରେ ଶ୍ରୀ କପିଳେଶ୍ୱର ମନ୍ଦିରରେ ଭଗବାନଙ୍କ ଆଶୀର୍ବାଦ ନେଇଥିଲେ। ପଦଯାତ୍ରାରେ ଚନ୍ଦ୍ରଶେଖରଙ୍କ ସମର୍ଥକମାନେ ତାଙ୍କୁ ଛାତରୁ ଫୁଲ ପକାଇ ସ୍ବାଗତ କରିବା ସହିତ ଜିତିବା ପାଇଁ ଲୋକଙ୍କୁ ଭୋଟ୍ ଭିକ୍ଷା କରିଥିଲେ। ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳରେ ନାଳ ପାଣି ସମସ୍ୟା ଓ ଲୋକଙ୍କ ଭାବାବେଗ ସହିତ ଜଡ଼ିତ ଏକାଧିକ ମନ୍ଦିରର ଉନ୍ନତୀକରଣ ଓ ସୁରକ୍ଷା ଦାୟିତ୍ବ ନିର୍ବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଶୋଭାଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe