ସାଂସଦଙ୍କ ପରିବାର ସମ୍ପର୍କ ଯାତ୍ରା, ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝିଲେ

ସାଂସଦଙ୍କ ପରିବାର ସମ୍ପର୍କ ଯାତ୍ରା, ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝିଲେ

ବାଲିପାଟଣା: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ବାଲିପାଟଣା ବ୍ଲକର କୁରୁଞ୍ଜିପୁର ପଞ୍ଚାୟତ ବସନ୍ତମାଳ ଗ୍ରାମରେ ପରିବାର ସମ୍ପର୍କ ଯାତ୍ରାରେ ଯୋଗଦେଇଥିଲେ। ବସନ୍ତମାଳ ବଜାରରୁ ପଦଯାତ୍ରାରେ ବାହାରି ଘରକୁ ଘର ବୁଲି ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। ବସନ୍ତମାଳରେ ଥିବା ରାଇସ ମିଲ୍‌ର ବର୍ଜ୍ୟ ପାଣି ଡ୍ରେନ୍‌ରେ ଛଡ଼ାଯାଉଛି। ସେହିପରି ନିକଟରେ ଥିବା ଏକ ଡ୍ରେନ୍‌ ସଫା ହେଉନଥିବାରୁ ଉକ୍ତ ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ତୁରନ୍ତ ଉକ୍ତ ଡ୍ରେନ୍‌ ସଫା କରିବାକୁ ବିଭାଗୀୟ ଅଧିକାରୀଙ୍କୁ ସାଂସଦ ଫୋନ କରି କହିଥିଲେ। ପରେ ସରଦେଇପୁର ନିମାପଡ଼ା ରାସ୍ତାର ଓଡ଼ଖଣ୍ଡ ଠାରେ ହେଉଥିବା ବକ୍ସ ସେଲ କଲଭର୍ଟ କାମ ତୁରନ୍ତ ଶେଷ କରିବା ପାଇଁ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କୁ କହିଥିଲେ।

ଶେଷରେ ବସନ୍ତମାଳ ଗ୍ରାମରେ ଆୟୋଜିତ ପରିବାର ସମ୍ପର୍କ ସଭାରେ ଯୋଗଦେଇ ଅଞ୍ଚଳର ବିକାଶରେ ସମସ୍ତଙ୍କୁ ସାମିଲ ହେବାକୁ ସାଂସଦ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ସାଂସଦଙ୍କ ପ୍ରତିନିଧି ତାପସ କୁମାର ଜେନା, ରଶ୍ମି ମହାପାତ୍ର, ଦେବାଶିଷ ନାୟକ, ସୁଜିତ ସିଂ, ବସନ୍ତ ନାୟକ, ବିଭୁଭୂଷଣ ମିଶ୍ର, ବିଜୟ ମହାରଣା, ମୋହନ ଦାସ କରମ ଚାନ୍ଦ ସାହୁ, ସଞ୍ଜୟ ପରିଜା, ନୀଳକଣ୍ଠ ପଣ୍ଡା, ସଞ୍ଜୟ ତ୍ରିପାଠୀ, ସିଦ୍ଧେଶ୍ବର ନାଥ, ଶିବ ମଲ୍ଲିକ, ପ୍ରଶାନ୍ତ ଆଦିତ୍ୟ, ଅଶୋକ ପ୍ରଧାନ, ବାପି ବେହେରା, ସନ୍ତୋଷ ଦାସ, ଜଗା ବେହେରା ପ୍ରମୁଖ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe