ଅଭିଜିତଙ୍କ ସହ ଗାଇଲେ ତ୍ରୈଲୋକ୍ୟ, ମୁଁ ଇସ୍କୁଲ୍‌ରେ ପଢ଼ୁଛି

Advertisment
ଅଭିଜିତଙ୍କ ସହ ଗାଇଲେ ତ୍ରୈଲୋକ୍ୟ, ମୁଁ ଇସ୍କୁଲ୍‌ରେ ପଢ଼ୁଛି

ବାଲିପାଟଣା: ‘‘ମୁଁ ସ୍କୁଲରେ ପଢ଼ୁଛି...ପ୍ରଥମ ଶ୍ରେଣୀରେ ପଢ଼ୁଛି...ଶୁଣୁଛି ଆମ ସ୍କୁଲ୍ କ’ଣ ଉଠିଯିବ..’’ ଏହି ବାଇଟ୍ ଦେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚିତ ଭାଇରାଲ୍‌-ବୟ ତ୍ରୈଲୋକ୍ୟ ରାୟ ଏବେ ସୁନାମଧନ୍ୟ ସଂଗୀତ ନିର୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ସହିତ ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି। ତେବେ ପୂର୍ବରୁ ଯେଉଁ ଗୀତ ଭାଇରାଲ୍ ହୋଇଥିଲା, ସେଥିରେ ତ୍ରୈଲୋକ୍ୟଙ୍କୁ ନିଆଯାଇ ନଥିଲା। ଯାହାକୁ ନେଇ ସେ ନିଜେ ଗଣମାଧ୍ୟମରେ ବିରୋଧ କରିବା ସହିତ ଆପତ୍ତି ଉଠାଇଥିଲେ। ତାଙ୍କ ବିନା ଅନୁମତିରେ ତାଙ୍କ ଦ୍ବାରା ଦିଆଯାଇଥିବା ବାଇଟକୁ ନେଇ କାହଁକି ଗୀତ ପ୍ରସ୍ତୁତ କରାଗଲା ବୋଲି ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ସାମାଜିକ ଗଣାମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ପରେ ନିଜେ ଅଭିଜିତ ତାଙ୍କ ଏହି ବାଇଟକୁ ଗୀତ ଗାଇଛନ୍ତି। ଗୀତଟି ରିଲିଜ୍‌ ହେବା ପରେ ତ୍ରୈଲୋକ୍ୟ ଆହୁରି ଚର୍ଚ୍ଚାକୁ ଆସି ଯାଇଛନ୍ତି। ତେବେ ପରିତାପର କଥା, ପ୍ରସିଦ୍ଧ ହୋଇଥିବା ଏହି ଗୀତ ପଛରେ ଥିବା ସରକାରୀ ସ୍କୁଲ୍‌ଟି ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ଛାତ୍ର ଉପସ୍ଥାନ କମ୍ ଥିବା ଦର୍ଶାଇ ସରକାର ସେହି ବିଦ୍ୟାଳୟକୁ ବନ୍ଦ କରି ଦେଇଛନ୍ତି।
ଘଟଣାଟି ଏମିତି; ବାଲିପାଟଣା ବ୍ଲକ ଆମେଣାକୁଦ ଗ୍ରାମର ପ୍ରାଥମିକ ବିଦ୍ୟାଳୟଟି ଉପସ୍ଥାନ କମ ଯୋଗୁଁ ବନ୍ଦ ହେବ ବୋଲି ସରକାରୀ ନିଷ୍ପତ୍ତି ହୋଇଥିଲା। ଗାଁ ସ୍କୁଲ ବନ୍ଦ ହେବା ଓ ଅନ୍ୟ ବିଦ୍ୟାଳୟ ସହ ମିଶିଯିବା ଘଟଣାକୁ ଉଭୟ ପିଲା ଓ ଅଭିଭାବକ ବିରୋଧ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ ହୋଇଥିଲା। ଏହି ସମ୍ମିଳନୀରେ ଉକ୍ତ ସ୍କୁଲର ପ୍ରଥମ ଶ୍ରେଣୀର ଛାତ୍ର ତ୍ରୈଲୋକ୍ୟ ଗଣମାଧ୍ୟମ ଆଗରେ ବାଇଟିସ୍ ଦେବା ବେଳେ ଖନେଇ ଖନେଇ କେଇପଦ କହିଥିଲେ। ତେବେ ସେ ଭିଡିଓଟି ଦ୍ରୁତ ଗତିରେ ଭାଇରାଲ ହୋଇଥିଲା। ତେଣୁ ପରେ ପରେ ଏକ ମ୍ୟୁଜିକ୍‌ ସଂସ୍ଥା ‌ଉକ୍ତ ଗୀତର ରେକର୍ଡିଂ କରାଇଥିଲେ। କିନ୍ତୁ ତ୍ରୈଲୋକ୍ୟଙ୍କୁ ସେଥିରେ ସ୍ଥାନ ମିଳିନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe